ସକ୍ରିୟ ରାଜନୀତିରେ ପାଦ ଥାପିଲେ ପ୍ରିୟଙ୍କା


୨୦୧୯ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଗୁଡିକ ମଧ୍ୟରେ ରାଜନୈତିକ ଉଷ୍ମତା ମଧ୍ୟ ସେତେ ବଢି ବଢି ଚାଲିଛି । ତେବେ ଏହିଭଳି ଘଡି ସନ୍ଧି ମୂହୂର୍ତ୍ତରେ ରାଜନୀତିରେ ପାଦ ଥାପିଛନ୍ତି ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଦଳର ମହାସଚିବ ଦାୟିତ୍ୱ ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି ଦଳ ପାଇଁ ଟ୍ରମ୍ପ କାର୍ଡ ସଦୃଶ୍ୟ ।
ପ୍ରିୟଙ୍କା ଗାନ୍ଧୀଙ୍କୁ ବର୍ତ୍ତମାନ ଉତ୍ତର ପ୍ରଦେଶର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ପ୍ରିୟଙ୍କାଙ୍କ ସମେତ ଜୋତିରାଦିତ୍ୟା ସିନ୍ଧିଆଙ୍କୁ ମଧ୍ୟ ପଶ୍ଚିମ ଉତ୍ତର ପ୍ରଦେଶର ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ଅବସରରେ ରାହୁଲ କହିଛନ୍ତି ଯେ, “ପ୍ରିୟଙ୍କା ଏବଂ ଜୋତିରାଦିତ୍ୟା ବର୍ତ୍ତମାନ ୟୁପିରେ ଯୁବକଙ୍କ ସ୍ୱପ୍ନ ପୂରଣ କରିବେ । ପ୍ରିୟଙ୍କା ଗାନ୍ଧୀଙ୍କ ଏଣ୍ଟ୍ରି ଦ୍ୱାରା ବର୍ତ୍ତମାନ କଂଗ୍ରେସର ବିଚାରଧାରା ଉତ୍ତରପ୍ରଦେଶରେ ଆସିବ । ମୁଁ ଖୁସି ଯେ, ସେମାନେ ମୋ ସହ ମିଶି କାମ କରିବେ । ”
ପ୍ରିୟଙ୍କା ଫେବୃଆରୀ ପ୍ରଥମ ସପ୍ତାହରୁ ହିଁ ନିଜ କାର୍ଯ୍ୟଭାର ସମ୍ଭାଳିବେ । ପ୍ରିୟଙ୍କାଙ୍କ ଏଣ୍ଟ୍ରିକୁ ନେଇ ସାରା ଦେଶରେ ବର୍ତ୍ତମାନ କଂଗ୍ରେସ କର୍ମାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିବାବେଳେ ବର୍ତ୍ତମାନ ତାଙ୍କ ଆଦର୍ଶ ୟୁପିରେ ଯୁବକଙ୍କ ମଧ୍ୟରେ କେତେ ପରିବର୍ତ୍ତନ ଆଣୁଛି, ତାହା କେବଳ ଦେଖିବାକୁ ବାକି ରହିଛି ।


Share It

Comments are closed.