ଅକ୍ଷୟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃଥ୍ଵୀରାଜର ଟ୍ରେଲର ରିଲିଜ୍


ଧର୍ମ ପାଇଁ ବଞ୍ଚିଛି… ଧର୍ମ ପାଇଁ ମରିବି। ପୃଥ୍ଵୀରାଜ ଚୌହ୍ଵାନଙ୍କ ଅମର ବୀରଗାଥା ପ୍ରାୟ ସମସ୍ତେ ଶୁଣିଥିବେ ନିଶ୍ଚୟ। ଏବେ ଏହା ବଡ଼ ପରଦାରେ ନଜର ଆସିବ। ଚନ୍ଦ୍ରପ୍ରକାଶ ଦ୍ଵିବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ପୃଥ୍ଵୀରାଜର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ପୃଥ୍ଵୀରାଜ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ଯୁଦ୍ଧ ଓ ତାଙ୍କର ପ୍ରେମ କାହାଣୀ ବିଷୟରେ ଦେଖିବାକୁ ମିଳିବ। ଜୁନ୍ ୩ରେ ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ମିଳିଛି।

ପୃଥ୍ଵୀରାଜ ଚୌହ୍ଵାନଙ୍କ ଜିବନୀ ଉପରେ ଆଧାରିତ ଏହି ଫିଲ୍ମରେ ତାଙ୍କ ଜୀବନର ଦୁଇଟି ପାର୍ଶ୍ଵକୁ ଦର୍ଶାଯାଇଛି। ଗୋଟିଏ ପଟେ ଯୁଦ୍ଧ ଭୂମିରେ ମହମ୍ମଦ ଘୋରୀଙ୍କ ସହ ବୀରତ୍ଵର କାହାଣୀ ଅପର ପକ୍ଷରେ ସଂଯୋଗୀତାଙ୍କ ସହ ତାଙ୍କର ଅମର ପ୍ରେମ କାହାଣୀ ଦେଖିବାକୁ ମିଳିବ। ତେବେ ଫିଲ୍ମର ଟ୍ରେଲର ଦେଖିଲେ କାହାଣୀ ବିଷୟରେ ସ୍ପଷ୍ଟ ବାରି ହେଉଛି। ପୃଥ୍ଵୀରାଜ ଚୌହ୍ଵାନଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି। ସେହିପରି ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ସୋନୁ ସୁଦ୍, ମାନୁଷୀ ଛିଲ୍ଲର, ମାନବ ବିଜ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏତଦ୍ ବ୍ୟତୀତ ଆଶୁତୋଷ ରାଣା, ସାକ୍ଷୀ ତମ୍ଵର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।


Share It

Comments are closed.