ପୃଥିବୀ ସ’ ପାସ କଲେ ଫିଟନେସ ଟେଷ୍ଟ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଭାରତୀୟ ଏ’ ଦଳରେ ହେବେ ସାମିଲ


ରଣଜୀ ଟ୍ରଫିରେ କର୍ଣ୍ଣାୟକ ବିପକ୍ଷରେ ଆହାତ ହୋଇଥିବା ମୁମ୍ବାଇର ଓପନର ବ୍ୟାଟ୍ସମ୍ୟାନ ପୃଥିବୀ ସ’ ବର୍ତ୍ତମାନ ସମ୍ପୂର୍ଣ୍ଣ ଋପେ ଫିଟ ହୋଇଯାଇଥିବାବେଳେ ସେ ଖୁବ ଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରେ ସାମିଲ ହୋଇପାରନ୍ତି । ପୃଥିବୀ କର୍ଣ୍ଣାଟକ ବିପକ୍ଷରେ ଫିଲ୍ଡି କରୁଥିବାବେଳେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଯାଇଥିଲା, ଯାହା ଫଳରେ ସେ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିବାର ଆଶଙ୍କା ପ୍ରକାଶ ପାଇଥିଲା ।
ମିଳିଥିବା ସୂଚନା ମୁତାବକ, ପୃଥିବୀ ନ୍ୟାସନାଲ କ୍ରିକେଟ ଏକାଡିମି (ଏନସିଏ)ରେ ଫିଟନେସ ଟେଷ୍ଟ ପାଇଁ ଆବଶ୍ୟକୀୟ ୟୋ ୟୋ ଟେଷ୍ଟ ପାସ କରି ସାରିଛନ୍ତି ଏବଂ ସେ ୧୬, ୧୭ ଜାନୁଆରୀ ନ୍ୟୁଜିଲାଣ୍ଡ ଗସ୍ତ କରିପାରନ୍ତି । ପୃଥିବୀ, ନ୍ୟୁଜିଲାଣ୍ଡ ଏ ଏବଂ ଭାରତ ଏ ମଧ୍ୟରେ ଖେଳାଯିବାକୁ ଥିବା ପ୍ରାରମ୍ଭିକ ଅଭ୍ୟାସ ମ୍ୟାଚ ଖେଳି ନପାରିଲେ ମଧ୍ୟ ୨୨ ଜାନୁଆରୀରେ ପ୍ରଥମ ଦିନିକିଆ ମ୍ୟାଚରେ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇ ପାରନ୍ତି ।
ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ ପରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ହୋଇପାରେ । ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପ୍ରଥମେ ୫ଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ।


Share It

Comments are closed.