ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି -ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର –ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କନେତୃତ୍ୱରେ ଦଶନ୍ଧି ଦଶନ୍ଧି ଧରିବିଚାରଧୀନ ଥିବା ଅନେକ ପ୍ରତିଶ୍ରୁତିକୁ ପୂରଣକରାଯାଉଛିଏବଂଏହାହିଁ ନୂଆଭାରତକୁ ନିର୍ମାଣକରାଯିବାର ପ୍ରମାଣବୋଲିକହିଛନ୍ତିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାର ୨.୦ର ପ୍ରଥମ ବର୍ଷରଗୁରୁତ୍ୱପୂର୍ଣ୍ଣନିଷ୍ପତିନେଇକେନ୍ଦ୍ରମନ୍ତ୍ରୀଶ୍ରୀ ପ୍ରଧାନ ଟ୍ୱିଟ୍‌କରିକହିଛନ୍ତି ଯେ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ଯଦି ଜନକଲ୍ୟାଣକାରୀଯୋଜନାରସଫଳରୂପାୟନ, ଗରିବଙ୍କ ସମ୍ମାନରେ ବୃଦ୍ଧିଏବଂଜୀବନଶୈଳିରେଉନ୍ନତି ଆଣିବା ଦିଗରେ ଥିଲାତେବେ ଦ୍ୱିତୀୟକାର୍ଯ୍ୟକାଳର ପ୍ରଥମ ବର୍ଷଐତିହାସିକ ଓ ସାହସିକ ନିଷ୍ପତ୍ତି ଏବଂଭାରତୀୟଙ୍କ ଆକାଂକ୍ଷାକୁ ପୂରଣକରିବାକୁ ଦର୍ଶାଉଛି ।
ମୋଦି ସରକାର ୨.୦ ଅନେକଗୁରୁତ୍ୱପୂର୍ଣ୍ଣଏବଂଐତିହାସିକସଫଳତାର ଉପଲବ୍ଧି । ଅଯୋଧ୍ୟାଉପରେଐତିହାସିକରାୟବୃହତରାମମନ୍ଦିର ନିର୍ମାଣରମାର୍ଗକୁ ପ୍ରଶସ୍ତକରିଛି ତଥା ସଂସଦର ସର୍ବତ୍ତୋମ ପ୍ରଦର୍ଶନ ନୂଆମାନଦଣ୍ଡ ସୃଷ୍ଟିକରିଛି ।ସେହିପରି ଧାରା ୩୭୦ ଉଚ୍ଛେଦ ଭାରତକୁଏକାଠିକରିବାସହ ‘ଗୋଟିଏ ଦେଶ, ଗୋଟିଏସମ୍ବିଧାନ’ରସ୍ୱପ୍ନକୁ ପୂରଣକରିଛି । ନାଗରିକତାସଂଶୋଧନ ଆଇନ(ସିଏଏ)ର ସଂଶୋଧନ ଦ୍ୱାରାବିଭିନ୍ନବର୍ଗଏବଂସଂସ୍କୃତିରଲୋକଙ୍କୁ ଆପଣାଇବାଭାରତର ପୁରୁଣା ପରମ୍ପରାର ଅଭିବ୍ୟକ୍ତିକୁ ଦର୍ଶାଉଛି ।
ମହିଳାଙ୍କ ସମ୍ମାନ ଏବଂସମାନତାକୁ ନିଶ୍ଚିତ କରିବା ପାଇଁ ପ୍ରତ୍ୟାବର୍ତ୍ତନ ଆଇନ୍‌ବ୍ୟବସ୍ଥାକୁ ପ୍ରତ୍ୟାହାରକରିବାମୋଦି ସରକାରଙ୍କମାନବିକତାର ପରିଚୟ । ସେହିପରି ଆତଙ୍କବାଦ ବିରୁଦ୍ଧରେକଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାଏବଂଭାରତରସାର୍ବଭୌମତ୍ୱଉପରେ ଆକ୍ରମଣକୌଣସିଖେଳ ଘର ନୁହଁବୋଲିହୃଦୟଙ୍ଗମକରାଇବା ପ୍ରଧାନମନ୍ତ୍ରୀମୋଦିଙ୍କ ଦୃଢ଼ନେତୃତ୍ୱକୁ ଦର୍ଶାଉଛି ।
ଶ୍ରୀ ପ୍ରଧାନ କହିଛନ୍ତିଯେ ପ୍ରଧାନମନ୍ତ୍ରୀମୋଦିଙ୍କନେତୃତ୍ୱରେଭାରତରରାଜନୈତିକ ପରମ୍ପରାରେ ପରିବର୍ତ୍ତନ ଆସିଛି ।ମୋଦି ସରକାରଙ୍କସମସ୍ତ ନିଷ୍ପତିଇସ୍ପାତିଇରାଦାକୁ ଦର୍ଶାଉଛିଏବଂଐତିହାସିକଭୁଲକୁସୁଧାରିଭାରତରବିକାଶକୁତ୍ୱରାନ୍ୱିତକରୁଛି । ମୋଦି ସରକାରସୁଶାସନ ଜରିଆରେ ନାଗରିକଙ୍କ ପ୍ରତିଶ୍ରୁତିକୁ ପୂରଣକରିସେମାନଙ୍କ ଆକାଂକ୍ଷାକୁ ପୂରଣକରିଛନ୍ତି ଓ ଆତ୍ମନିର୍ଭରଭାରତକରିବା ଦିଗରେସଂକଳ୍ପବଦ୍ଧ ବୋଲିଶ୍ରୀ ପ୍ରଧାନ ଟ୍ୱିଟ୍‌କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଦୃଢ଼ନେତୃତ୍ୱରେଭାରତରବିକାଶ ଯାତ୍ରା ଅତୁଳନୀୟ । ବିଗତ ୬ ବର୍ଷରେ ପ୍ରଶାସନିକବ୍ୟବସ୍ଥାକୁସ୍ୱାଧୀନତା ଦିଆଯିବାଏବଂଏହିକାରଣରୁ ଦେଶରେ ପ୍ରଗତିଏବଂସମୃଦ୍ଧିର ଏକ ନୂଆସକାଳର ଉଦୟ ହେବାରସାକ୍ଷୀସମସ୍ତେହୋଇଛନ୍ତିବୋଲିଶ୍ରୀ ପ୍ରଧାନ ଟ୍ୱିଟ୍‌କରିଛନ୍ତି ।


Share It

Comments are closed.