୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଜିଏମଆଇଏସ ୨୦୨୩ ରୋଡ୍‌ଶୋ


ଭୁବନେଶ୍ୱର: ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ବହୁପ୍ରତିକ୍ଷୀତ ୩ୟ ଗ୍ଲୋବାଲ ମାରିଟାଇମ୍ ଇିଆ ସମିଟ୍ (ଜିଏମ୍‌ଆଇଏସ୍‌) ୨୦୨୩ ପାଇଁ ଏକ ଅଗ୍ରଦୂତ ଭାବେ ଭୁବନେଶ୍ୱରରେ ଏକ ପ୍ରି-ଇଭେଂଟ୍ ରୋଡ୍‌ଶୋ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ରୋଡ୍‌ଶୋ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ମେଫେୟାର କନ୍‌ଭେନ୍‌ଶନଠାରେ ଆୟୋଜିତ ହେବ ଯାହା ସରକାରୀ ପ୍ରତିନିଧି, ଇଷ୍ଟ୍ରୀ କ୍ୟାପ୍ଟେନ୍‌, ମାରିଟାଇମ୍ ହିତାଧିକାରୀ ଓ ଉାହୀମାନଙ୍କୁ ଏକତ୍ରିତ କରିବ ।
କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରୀ ଏବଂ ଆୟୁଷ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍‌ୱାଲ୍ ଏହି ଅବସରରେ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତା ମାଧ୍ୟମରେ ଯୋଗ ଦେବେ । ତାଙ୍କ ସହିତ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀ ହେମନ୍ତ ଶର୍ମା, ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀମତି ଉଷା ପାଢୀ, ଭାରତ ସରକାରଙ୍କ ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ସାଗରମାଳା) ଶ୍ରୀ ଭୂଷଣ କୁମାର, ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ର ସିଇଓ ଭି.ଜର୍ନାନ ରାଓ, ଧାମ୍‌ରା ପୋର୍ଟର ସିଇଓ ଦେବେନ୍ଦ୍ର ଠାକର୍ ଏବଂ ପାରାଦୀପ ପୋର୍ଟରୁ ପିପିଏ, ଅଧ୍ୟକ୍ଷ, ଆଇଆର୍‌ଟିଏସ୍ ଶ୍ରୀ ପି ଏଲ୍ ହାରାନାଧ ଓ ପିପିଏ ଉପାଧ୍ୟକ୍ଷ, ଆଇଆର୍‌ଏସ୍ ନୀଳାଭ୍ର ଦାସଗୁପ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।
ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଏହି ରୋଡ୍‌ଶୋ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୩ୟ ଗ୍ଲୋବାଲ ମାରିଟାଇମ୍ ଇିଆ ସମିଟ୍ ପାଇଁ ଏକ ଅଗ୍ରଦୂତ ଅଟେ, ଯାହା ସରକାରୀ ପ୍ରତିନିଧି, ଇଷ୍ଟ୍ରୀ କ୍ୟାପ୍ଟେନ, ନୌବାଣିଜ୍ୟ କ୍ଷେତ୍ରର ହିତାଧିକାରୀ ଓ ଉାହୀମାନଙ୍କୁ ଏକାଠି କରିବ । ଏହି ସମ୍ମିଳନୀ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେବା ପାଇଁ ପ୍ରସ୍ତୁତ ରହିଛି ଯାହା ଶିଳ୍ପର ଭବିଷ୍ୟତକୁ ରୂପ ଦେବା ସହିତ ଏକ ଗ୍ଲୋବାଲ ମାରିଟାଇମ୍ ଲିଡର ଭାବେ ଭାରତର ସ୍ଥିତିକୁ ସୁଦୃଢ କରିବ ।
ରୋଡ୍‌ଶୋସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍‌ୱାଲ କହିଛନ୍ତି, ଭାରତର ନୌବାଣିଜ୍ୟ କ୍ଷେତ୍ରର କେନ୍ଦ୍ରରେ ଅବସ୍ଥାପିତ ପାରାଦୀପ ବନ୍ଦର ଏକ ଗୁରୁତ୍ୱର୍ପୂ ଓ ଅପୂରଣୀୟ ଭୂମିକା ଗ୍ରହଣ କରିବା ସହିତ ଦେଶର ପ୍ରଗତି ଯାତ୍ରା ପାଇଁ ମୂଳଦୁଆ ସ୍ଥାପନ କରୁଛି । ଏହି ଅଂଚଳରୁ ଗୁରୁତ୍ୱର୍ପୂ ଓ ଉଲ୍ଲେଖନୀୟ ଫଳାଫଳ ଉଭୟ ବାଣିଜ୍ୟ ଓ ସଂଯୋଗଗୁଡିକୁ ଉନ୍ନତ କରୁଛି, ଯାହା ଅର୍ଥନୈତିକ ଅଭିବୃଦ୍ଧିର ଏକ ବ୍ୟାପକ ବିସ୍ତାରକୁ ତ୍ୱରାନ୍ୱିତ କରୁଛି । କେବଳ ଏକ ନୌବାଣିଜ୍ୟ ପ୍ରବେଶ ପଥଠାରୁ ଅଧିକ ଥିବା ଏହି ବନ୍ଦର ଉକ୍ତ ଅଂଚଳର ଅର୍ଥନୈତିକ ଶକ୍ତିକୁ ଧାରଣ କରିଛି ଏବଂ ବାଣିଜ୍ୟ ବୃଦ୍ଧି କରିବା, ସଂଯୋଗ ଓ ସାମାଜିକ ଏକତାକୁ ପ୍ରେ।।ହିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଏକ ମଜଭୁତ ପ୍ରତୀକ ଭାବେ ଉଭା ହୋଇଛି ।


Share It

Comments are closed.