ମୋନା ପକ୍ଷରୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ପାଳିତ

ଓଡିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଦାବି ସହ ତୁରନ୍ତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ଲାଗୁ କରିବା ପାଇଁ ଦାବି


ଭୁବନେଶ୍ୱର, ୨୩/୧୧/୨୦୨୨ : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ଥିବାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରାଯିବା ସହ ଲୋଏର ପିଏଜି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଯେଉଁଥିରେ ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିଛନ୍ତି । ମୋନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ବ୍ୟତିତ ଓଡିଶାର ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ତାଙ୍କ ଦ୍ୱାରା ପାରିତ ୧୯୫୬ ଓଡିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବୀ କରାଯାଇଛି ।
ଏହି ଅବସରରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମ ଚରଣ ନାୟକ କହିଛନ୍ତି ଯେ, “ଶ୍ରୀ ଚୌଧୁରୀ ରାଜନୀତି, ପଦ ପଦବୀ, ସାମନ୍ତବାଦୀ ବିରୋଧରେ ଏବଂ ଲୋକଙ୍କ ଅଧିକାର ପକ୍ଷରେ ସର୍ବଦା ଲଢୁଥିବା ଏକ ଅନନ୍ୟ ଜନନେତା ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ସେ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡିଶା ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଓଡିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ, ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ, ଯେବେକି ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାନେ ଏହାକୁ କାର୍ଯ୍ୟକାରୀ ନକରିବା ଅତି ଦୁର୍ଭାଜ୍ୟଜନକ । ”
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବାଣୀ ଦାସ, ବିଜୟ ସ୍ୱାଇଁ, ରମାକାନ୍ତ ମଣ୍ଡଳ, ମଳୟ ତ୍ରପାଠୀ, ଖଗେଶ୍ୱର ବଳ, ନୀଳମଣୀ ମିଶ୍ର, ଅରୁଣ ସାମନ୍ତରାୟ, ଶ୍ରୀମତୀ କବିତା ରାଣୀ ପରିଡା, ଶ୍ରୀମତୀ ଅପର୍ଣ୍ଣା ନାୟକ, ଶୁଭେନ୍ଦୁ ରାଉତରାୟ, ଅରୁଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

 


Share It

Comments are closed.