ନେହେରୁଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଗଣ


ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଟ ନେତାଗଣ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରେ ନେହେରୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାବେଳେ ଅନ୍ୟପଟେ ପୂର୍ବତ୍ତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ଉପ-ରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଦି ପ୍ରମୁଖ ଶାନ୍ତିବନରେ ତାଙ୍କୁ ଶଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଏହି ପ୍ରମୁଖ ବ୍ୟକ୍ତିଙ୍କ ସମେତ ଅନ୍ୟାନ୍ୟ ଦଳର ବିଶିଷ୍ଟ ନେତାଗଣ ମଧ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ପ୍ରକାଶ ଥାଉକି, ନେହେରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ହୋଇଥିବାବେଳେ ମୋତିଲାଲ ନେହେରୁ ଏବଂ ସ୍ୱରୁପ ରାନୀଙ୍କ ପୁତ୍ର ହେଉଛନ୍ତି ଜବାହାରଲାଲ ନେହେରୁ । ସେ ସ୍ୱାଧୀନ ଭାତର ପ୍ରଥମ ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୬୪ରେ ତାଙ୍କ ନିଧନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ଥିଲେ ।


Share It

Comments are closed.