ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ତିନିଦିନିଆ ଓଡିଶା ଗସ୍ତରେ ମହାମହିମ। ସୋମବାର ପୂର୍ବାହ୍ନରେ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ବାରିପଦାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି। ବାରିପଦା ପୁଲିସ ପଡିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଏବଂ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ ମହାମହିମ। ମୟୂରଭଞ୍ଜ ଜିଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।
ମୟୂରଭଞ୍ଜ ଜିଲାରେ ୨୦ ଓ ୨୧ ତାରିଖ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ବେଳେ ୨୧ ଓ ୨୨ରେ ସମ୍ବଲପୁରର ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।


Share It

Comments are closed.