ଆସୁଛନ୍ତି ରାଷ୍ଟ୍ରପତି, କଡା ସୁରକ୍ଷା ମଧ୍ୟରେ ଦ୍ୱୈତନଗରୀ କଟକ ସହର

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୭ ତାରିଖରୁ ୨ ଦିନିଆ ଓଡିସା ଗସ୍ତରେ ଆସୁଛନ୍ତି । ଏଥିପାଇଁ କମିଶରନେଟ ପୁଲିସ ପକ୍ଷରୁ ସୁରୁକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଓଡିଶାରେ ରହଣୀ ସମୟରେ ଅଧିକାଂଶ ସମୟ କଟକ ଓ ଭୁବନେଶ୍ୱରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଥିବାରୁ ପୁଲିସ ପକ୍ଷରୁ ଦ୍ୱୈତୀ ନଗରାକୁ ସୁରକ୍ଷା ବଳ ମଧ୍ୟରେ ରଖାଯାଇଛି । ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ୨ ଶହ ଅଫିସର ଓ ୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । କମିସନରେଟ ପୁଲିସର ଠାରୁ ମିଳିଥିବା ସୂଚନା ଅନୁଯାଇ, ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ମେୟର, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହା ନିର୍ଦ୍ଦେଶକ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।
ରାଷ୍ଟ୍ରପତି ଗସ୍ତ ଉପଲକ୍ଷେ ବିଭିନ୍ନ ରାସ୍ତାରେ ଯାନବାହାନକୁ ନିୟନ୍ତ୍ରଣ କରିବା ପାଇଁ କମିଶରନେଟ ପୁଲିସ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଗସ୍ତ ସମୟରେ ୭୧ ପ୍ଲାଟୁନ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା ରହିଛି, ଯାହାରା ଦାୟିତ୍ୱ ଜଣେ ଆଇଜି ନେବେ । ଏହାର ତଦାରଖ ଦାୟିତ୍ୱ ୨୭ ଜଣ ଏସପି ନେବେ ବୋଲି ଆଜି ସୁରକ୍ଷା ପାଇଁ ହୋଇଥିବା ପ୍ରସ୍ତୁତି ବୈଠକରେ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

ଏହି ଗସ୍ତ ଅବସରରେ ସେ, ପ୍ରଥମେ ଆନନ୍ଦ ଭବନକୁ ଯାଇ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ପରେ ସେ ଇଣ୍ଡୋର ଷ୍ଟାଡିଏମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଲ’ୟୁନିଭର୍ସିଟିରେ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ ୪ଟା ୩୦ ସମୟରେ ରାଷ୍ଟ୍ରପତି କଟକରୁ ହେଲିକ୍ୟାପ୍ଟର ଯୋଗେ ପୁରୀ ଗସ୍ତ କରିବେ । ସେଠାରେ ସେ ରାତ୍ରୀଯାପନ କରି ୧୮ ତାରିଖ ସକାଳୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପୁରୀରୁ ସେ ସିଧାସଲଖ ଭୁବନେଶ୍ୱର ଫେରି ମଧ୍ୟାନରେ ରାଜଭବନରେ ଭୋଜନ କରିବେ । ପରେ ବିଚାରପତିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଅରୁଗୁଳ ସ୍ଥିତ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେହି ଦିନ ସନ୍ଧ୍ୟାରେ ପୁଣି ଥରେ ଦିଲ୍ଲୀ ଫେରି ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି

Share It

Comments are closed.