ନିଜ ଷେଓ ବଗିଚାର ସୁନ୍ଦର ଭିଡିଓ ସେୟାର କଲେ ଡିମ୍ପଲ ଗର୍ଲ ପ୍ରୀତି ଜିଂଟା


ଅଭିନେତ୍ରୀ ପ୍ରୀତି ଜିଣ୍ଟା ହିମାଚଳ ପ୍ରଦେଶର ଶିମଲାସ୍ଥିତ ତାଙ୍କର ପରିବାର ଫାର୍ମ ହାଉସର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ।
ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ପ୍ରାୟତଃ ନିଜ ଇନଷ୍ଟାଗ୍ରାମରେ ଚାଷ ସମ୍ବନ୍ଧୀୟ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ସିମଲାସ୍ଥିତ ତାଙ୍କ ଫାର୍ମ ହାଉସରୁ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଆପଲ୍‌ରେ ଭର୍ତ୍ତି ହୋଇଥିବା ଗଛଗୁଡିକୁ ଦେଖାଉଛନ୍ତି ଏବଂ ତାହାର ସ୍ମୃତି ବିଷୟରେ କହୁଛନ୍ତି । ଭିଡିଓରେ ପ୍ରୀତି ବହୁତ ଖୁସି ଥିବା ଦେଖାଯାଉଛନ୍ତି ।

ପ୍ରୀତି ଭିଡିଓରେ କହୁଛନ୍ତି, ସେ ଏଠାରେ ତାଙ୍କ ଜେଜେ-ମା ଏବଂ ମାମୁ-ମାଇଁଙ୍କ ସହ ପିଲାଦିନର ସୁନ୍ଦର ସମୟ ଅତିବାହିତ କରିଛନ୍ତି । ପିଲାଦିନେ ଶ୍ରମିକମାନେ ଯେତେବେଳେ ଆପଲ ତୋଳିବା କାର୍ଯ୍ୟ କରନ୍ତି, ସେତେବେଳେ ସେମାନଙ୍କୁ ହଇରାଣ ନକରିବା ଏବଂ ଆପଲଗୁଡିକୁ ଏଣେତେଣେ ନ ଫାପାଡିବାକୁ ତାଙ୍କୁ ବାରଣ କରାଯାଏ।


ସେ କହିଛନ୍ତି, ମୋର ପ୍ରିୟ କାମ ହେଉଛି ଆପଲ୍ ତୋଳିବା ଏବଂ ଛୋଟ-ବଡ ଆପଲ୍‌କୁ ଏକାଠି କରିବା । ସେ ଆପଲ୍ ଜୁସ୍ ତିଆରି କରିବାକୁ ମଧ୍ୟ ପସନ୍ଦ କରନ୍ତି। ପ୍ରୀତି କହିଛନ୍ତି, ଦୁଇ ବର୍ଷ ପୂର୍ବେ ସେ ଜଣେ ସରକାରୀ କୃଷକ ହୋଇଯାଇଛନ୍ତି । ହିମାଚଳ ବେଲ୍ଟର ଆପଲ୍ ଫାର୍ମିଙ୍ଗ୍ କମ୍ୟୁନିଟିର ଅଂଶ ହୋଇ ସେ ବହୁତ ଖୁସି ଅଛନ୍ତି ।


Share It

Comments are closed.