ଗର୍ଭାବସ୍ଥାରେ ଭୁଲରେ ଖାଆନ୍ତୁ ନାହିଁ ଏହି ସମସ୍ତ ଖାଦ୍ୟ
ଗର୍ଭାବସ୍ଥାରେ ମହିଳାମାନେ ନିଜର ସ୍ୱତନ୍ତ୍ର ଧ୍ୟାନ ନେବା ସହିତ ଖାଦ୍ୟ ପେୟରେ ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଗର୍ଭାବସ୍ଥାରେ ବିଭିନ୍ନ ପ୍ରକାରର ଖାଦ୍ୟର କ୍ରେଭିଂ ହେବା ସାଧାରଣ କଥା କିନ୍ତୁ କିଛି ଖାଦ୍ୟ ଗର୍ଭାବସ୍ଥାରେ ଖାଇବା ଉଚିତ ନୁହେଁ । ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେଉଁ ଖାଦ୍ୟ ଖାଇବାରୁ ବାରଣ କରିବେ ଆପଣ . . . . .
୧. କଫି – କଫିରେ କାଫେଇନର ମାତ୍ରା ଅଧିକ ଥିବାରୁ ତାହା ଗର୍ଭାସ୍ଥାରେ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ ତେଣୁ ଆପଣ ଗର୍ଭାବସ୍ଥାରେ କଫି ପିଅନ୍ତୁ ନାହିଁ । ଖାସ କରି ଗର୍ଭାବସ୍ଥାର ପ୍ରଥମ ତିନି ମାସ ପର୍ଯ୍ୟନ୍ତ କଫି ପିଇବା ଉଚିତ ନୁହେଁ ।
୨. ଅଧିକ ପରିମାଣରେ ସୋଡିୟମଯୁକ୍ତ ଖାଦ୍ୟ – ପ୍ୟାକେଟ କିମ୍ବା ପ୍ରୋସେସଡ ଫୁଡରେ ସୋଡିୟମ ଅଧିକ ପରିମାଣରେ ରହିଥାଏ ତେଣୁ ଏହା ଖାଇବାରୁ ବାରଣ ରୁହନ୍ତୁ । ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ରକ୍ତ ଚାପ ବୃଦ୍ଧି କରିଥାଏ । ପ୍ରତିଦିନ ଆପଣ ୨୩୦୦ ମିଲିଗ୍ରାମ ସୋଡିୟମର ସେବନ କରନ୍ତୁ ।
୩. ଆଲୋକହଲ ଏବଂ ଧୂମ୍ରପାନ – ଗର୍ଭାବସ୍ଥାରେ ଆଳୋକହଲର ସେବନ ବାରଣ କରିବା ସହିତ ଆପଣ ଧୂମ୍ରପାନ କରୁଥିଲେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ କରନ୍ତୁ । ଏହା ଦ୍ୱାରା ଶିଶୁର ଭୌତିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।
୪. ସପୁରି – ସପୁରି ଖାଇବାକୁ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହା ଗର୍ଭପାତର କାରଣ ହୋଇପାରେ । ତେଣୁ ଗର୍ଭାବସ୍ଥାରେ ଆପଣ ସପୁରି ଖାଇବାକୁ ଇଚ୍ଛା କଲେ ମଧ୍ୟ ସପୁରି ଖାଆନ୍ତୁ ନାହିଁ ।
୫. ଥଣ୍ଡା ପାନୀୟ – ଗର୍ଭାବସ୍ଥାରେ ଗ୍ୟାସ ଏବଂ ବଦହଜମି ହେବା ସ୍ୱଭାବିକ କିନ୍ତୁ ଆପଣ କେବେବି ଥଣ୍ଡା ପାନୀୟ ପିଅନ୍ତୁ ନାହିଁ । ଏହା ଗର୍ଭାବସ୍ଥାରେ ଶିଶୁ ପାଇଁ ଖୁବ କ୍ଷତିକାରକ ହେଇପାରେ । ଏଥିରେ ଥିବା କାଫେଇନ ଗର୍ଭପାତ ମଧ୍ୟ କରାଇପାରେ ।
୬. ଗ୍ରିନ ଟି – ଗ୍ରିନ ଟି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହେଲେ ମଧ୍ୟ ଏଥିରେ ଖୁବ ସାମାନ୍ୟ ପରିମାଣର କାଫେଇନ ରହିଥାଏ ଯାହା ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ଉପଯୋଗୀ ହୋଇନଥାଏ । ତେଣୁ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଳ୍ପ ମାତ୍ରାରେ ଏହାର ସେବନ କରିପାରିବେ ।
୭. ସାମୁଦ୍ରିକ ମାଛ – ସାମୁଦ୍ରିକ ମାଛ ମଧ୍ୟରେ ମରକ୍ୟୁରିର ମାତ୍ରା ଅଧିକ ରହିଥାଏ ଯାହା ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଏହା ମଧ୍ୟ ଶରୀରରେ ଆଲର୍ଜି ସୃଷ୍ଟି କରିଥାଏ ତେଣୁ ସାମୁଦ୍ରିକ ମାଛକୁ ଖାଇବାରୁ ଦୂରେଇ ରହିବା ଆବଶ୍ୟକ ।
୮. ଅମୃତଭଣ୍ଡା – ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭାବସ୍ଥାରେ ଗର୍ଭପାତର ସମ୍ଭାବନା ଥାଏ ତେଣୁ ଆପଣ ଗର୍ଭାବସ୍ଥାରେ ପାଚିଲା କିମ୍ବା କଂଚା ଅମୃତଭଣ୍ଡା ଖାଆନ୍ତୁ ନାହିଁ ।
Comments are closed.