ପ୍ରସଂଶକଙ୍କ ଠାରୁ ‘ଓଡିଶାର ମୋଦି’ ବୋଲି ଆଖ୍ୟା ପାଇଲେ ପ୍ରତାପ ଷଡଙ୍ଗୀ


୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବର୍ତ୍ତମାନ ସାରା ଦେଶରେ ମୋଦି ଲହର ଖେଳିଯାଇଛି । ବିଜେପି ଦେଶରେ ୩୦୩ଟି ଆସନରେ ବିଜୟ ଲାଭ କରିଥିବାବେଳେ ଏନଡିଏ ୩୫୦ରୁ ଉଦ୍ଧ୍ୱର୍ ଆସନରେ ବିଜୟ ଲାଭ କରିଛି । ବିଜେପିର ଏଇ ବୃହତ ବିଜୟ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦି ଛାଇ ଯାଇଥିବାବେଳେ ଏହି ମଧ୍ୟରେ ବାଲେଶ୍ୱରରେ ବିଜୟ ଲାଭ କରିଥିବା ଲୋକସଭା ପ୍ରାର୍ଥୀ ‘ପ୍ରତାପ ଷଡଙ୍ଗୀ’ଙ୍କୁ ନେଇ ବର୍ତ୍ତମାନ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । କାହିଁକି ନା ଓଡଶାର ଜନସାଧାରଣ ତାଙ୍କୁ ‘ଓଡିଶାର ମୋଦି’ କହିକି ସମ୍ବୋଦିତ କରୁଛନ୍ତି ।
ପ୍ରତାପଙ୍କୁ, ‘ଓଡିଶାର ମୋଦି’ କହିକି ସମ୍ବୋଦିତ କରିବା ପଛରେ ଅନେକ ଗୁଡିଏ କାରଣ ରହିଛି । କାରଣ ଏହା ଯେ, ମୋଦିଙ୍କ ଜୀବନଶୈଳୀ ଏବଂ ଚାଲିଚଳନ ସହିତ ତାଙ୍କର ସମାନତା ରହିଥିବା ହେତୁ ତାଙ୍କୁ ‘ଓଡିଶାର ମୋଦି’ କହିକି ଜନସାଧାରଣ ସମ୍ବୋଦିତ କରିବାକୁ ଲାଗିଲାଣେ ।
ପ୍ରକାଶ ଥାଉକି, ପ୍ରତାପଙ୍କ ଚାଳିଚଳନକୁ ଦେଖିଲେ ଯିଏବି ନାହିଁ ସେ ଆଶ୍ଚର୍ଯ୍ୟ ହୋଇଯିବ । ସେ ବିଜେପିର ଜଣେ ବରିଷ୍ଠ ନେତା ଏବଂ ପୂର୍ବତ୍ତନ ବିଧାୟକ ହୋଇଥିବା ସତ୍ତେ୍ୱ ତାଙ୍କ ଚାଳିଚଳନ ସମ୍ପୂର୍ଣ୍ଣ ସଧାସିଧା । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଚାଳଛପରର ଘରେ ରହୁଥିବା ବେଳେ ତାଙ୍କର ପରିବାର ବୋଲି କହିବାକୁ ଗଲେ ଏକ ମାତ୍ର ମା’ ଥିଲେ, ଯିଏକି ବର୍ଷ ବିୟୋଗ କରିଯାଇଥିଲେ ।

ପ୍ରକାଶ ଥାଉକି ଚଳିତ ନିର୍ବାଚନରେ ପ୍ରତାପ, ବିଜେଡି ପ୍ରାର୍ଥୀ ରବି ଜେନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ବାଲେଶ୍ୱର ଲୋକସଭା ଆସନରେ ପଦ୍ମ ଫୁଠାଇଛନ୍ତି ।

ବର୍ତ୍ତମାନ ଜଣେ ସୋସିଆଲ ମିଡିଆ ଉପଭୋକ୍ତା ପ୍ରତାପଙ୍କ କିଛି ଫଟୋକୁ ସେୟାର କରି ଲେଖିଛନ୍ତି ଯେ, “ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡିଶାର ମୋଦି । ଗତ ବର୍ଷ ପ୍ରତାଙ୍କ ମା’ଙ୍କ ବିୟୋଗ ହୋଇଯାଇଥିବାବେଳେ । ସେ ଅଳ୍ପ ସମ୍ପତିର ମାଲିକ ଅଟନ୍ତି । ଗୋଟିଏ ଛୋଟିଆ ଘରେ ସେ ରହୁଥିବାବେଳେ ଏକ ସାଇକେଲ ଚଲାଉଛନ୍ତି । ଏକ ତୃଣମୂଳ ସ୍ତରର ନେତା ହୋଇଥିବା ହେତୁ ସେ ବାଲେଶ୍ୱର ଲୋକସଭା ଆସନରୁ ବିଜୟ ପ୍ରାପ୍ତ କରି ବର୍ତ୍ତମାନ ଦିଲ୍ଲୀ ଯିବାର ପ୍ରସ୍ତୁତି ଚଳାଇଛନ୍ତି । ’


Share It

Comments are closed.