ନିଜର ଆଗାମୀ ଫିଲ୍ମ ‘ପ୍ରସ୍ଥାନମ’କୁ ନେଇ ପ୍ରତିକ୍ରିୟା ଦେଲେ ସଞ୍ଜୟ


ବଲିଉଡ ଅଭିନେତା ‘ସଞ୍ଜୟ ଦତ୍ତ’ ତାଙ୍କର ଆଗାମୀ ଫିଲ୍ମ ‘ପ୍ରସ୍ଥାନମ’କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଫିଲ୍ମଟି କୌଣସି ତେଲୁଗୁ ଫିଲ୍ମରୁ ସମ୍ପୂର୍ଣ୍ଣ ରୂପେ ନକଲ କିମ୍ବା ରିମେକ ହୋଇ ନାହିଁ । ଫିଲ୍ମଟିକୁ ଉତ୍ତର ଭାରତର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଫିଲ୍ମର ନିର୍ମାତା ‘ଦେୱା କଟ୍ଟା’ ୨୦୧୦ରେ ତେଲୁଗୁ ଫିଲ୍ମ ପ୍ରସ୍ତୁତ କରିଥିବାବେଳେ ଏହାର ହିନ୍ଦୀ ରିମେକରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଜଣେ ବିଶିଷ୍ଟ ରାଜନେତାଙ୍କ ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ପାରିବାରିକ ରାଜନୀତିକୁ ନେଇ ପର୍ଯ୍ୟବେଷିତ ହୋଇଛି । ଫିଲ୍ମ ସଂପର୍କରେ ସଞ୍ଜୟ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ ଫିଲ୍ମର ନିର୍ଦ୍ଦେଶକ ଏହି ଫିଲ୍ମ ପାଇଁ ବହୁତ ଉଚ୍ଚ କୋଟୀର କାମ କରିଛନ୍ତି । ସେ ଦକ୍ଷିଣ ଭାରତର ହୋଇଥିବା ସତ୍ତେ୍ୱ ମଧ୍ୟ ଉତ୍ତର ଭାରତୀୟଙ୍କ ଭାବ ପ୍ରବଣତାକୁ ଖୁବ ଭଲ ଭାବେ ବୁଝିପାରନ୍ତି । ଏହି ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ମୂଳ ଫିଲ୍ମ ଠାରୁ ନକଲ ହୋଇ ନାହିଁ ।’


Share It

Comments are closed.