ନୂଆ ରାଜନୈତିକ ଦଳ ଗଠନ କରିବେ ତୋଗାଡିଆ


କଟ୍ଟର ହିନ୍ଦୁ ନେତା ପ୍ରବୀଣ ତୋଗାଡିଆ ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ଘୋଷଣା କରିଛନ୍ତି । ସେ ଦିଲ୍ଲୀରେ ଆଗାମୀ ୯ ଫେବୃଆରୀରେ ଏହି ସଂପର୍କରେ ଘୋଷଣା କରିବେ । ପ୍ରବୀଣ ସାମ୍ବାଦିକ ମାନଙ୍କୁ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଯଦି ସେ ସରକାର ଗଠନ କରିବାରେ ସଫଳ ହୁଅନ୍ତି, ତେବେ ସେ ୭ ଦିନ ଭିତରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ।
କେବଳ ଏତିକି ନୁହେଁ ସେ କାଶ୍ମୀରରେ ସେନାଙ୍କ ଉପରେ ପଥର ମାଡ କରୁଥିବା ପଥର ଫିଙ୍ଗାଳୀଙ୍କ ଉପରେ ଟିପ୍ପଣୀ ଦେଇ କହିଛନ୍ତି ଯେ, “ ଯେଉଁମାନେ ସେନାଙ୍କ ଉପରେ ପଥର ଫିଙ୍ଗୁଛନ୍ତି ସେମାନେ ଦେଶଦ୍ରୋହୀ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ସହିତ ଠିକ ସେହିଭଳି ବ୍ୟବହାର କରାଯିବ, ଯେପରି ସେମାନେ କରୁଛନ୍ତି ଏବଂ ତାଙ୍କ ଉପରେ ବୋମା ମାଡ କରିବା ପାଇଁ ପଛଘୁଞ୍ଚା ଦିଆଯିବ ନାହିଁ । ”
ଏହା ସହ ପ୍ରବୀଣ ବିଜେପି ଉପରେ ବର୍ଷିବା ସହ କେନ୍ଦ୍ରର ମୋଦି ସରକାର ଅନେକ ଗୁଡିଏ ଦୁର୍ନିତୀଗ୍ରସ୍ତ କାର୍ଯ୍ୟକଳାପ ସହ ସଂପୃକ୍ତ ଅଛନ୍ତି ବୋଲି ଦାବି କରିଥିଲେ । ପ୍ରବୀଣଙ୍କ କହିବା ମୁତାବକ ସେ ୩୨ ବର୍ଷ ହେବ ଅନେକ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି ଏବଂ ତାଙ୍କ ନୂଆ ଦଳ ଗଠନ କରିବା ଦିଗରେ ଅନେକ ବିଜେପି ନେତା ମଧ୍ୟ ସମର୍ଥନରେ ବାହାରିବେ ।


Share It

Comments are closed.