ନିଜ ଭାଣିଜୀଙ୍କୁ ଭଲ ପାଉଛନ୍ତି ପ୍ରଭୁ ଦେବା, ଖୁବ ଶୀଘ୍ର କରିପାରନ୍ତି ବିବାହ


ନିର୍ଦେଶକ,ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁ ଦେବା ଏବେ ଚର୍ଚ୍ଚାରେ ଅଛନ୍ତି।ତାହା ମଧ୍ୟ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଛି । ପ୍ରଭୁ ଦେବାଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି। ସେ ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଜଣେ ଗୃପ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ଦେବା ଆଜି କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ,ବରଂ ବଲିଉଡର ଟପ୍ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟରୁ ଜଣେ। ପ୍ରଭୁ ଦେବା ୨୦୧୧ମସିହାରେ ସେ ଅଫିସିଆଲି ସ୍ତ୍ରୀ ରାମଲତାଙ୍କଠୁ ଅଲଗା ହୋଇଯାଇଥିଲେ। ଏବେ କୁହାଯାଉଛି ଯେ ପ୍ରଭୁ ଦେବା ପୁଣି ଥରେ ରିଲେସନଶିପରେ ଅଛନ୍ତି। ପ୍ରଭୁ ଦେବା ଏବେ ନିଜ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ପ୍ରଭୁ ଦେବା ଏବେ ସୁଦ୍ଧା ନିଜ ରିଲେସନଶିପକୁ ଅଫିସିଆଲି କରି ନାହାନ୍ତି।ତାଙ୍କ ଟିମ୍ ତରଫରୁ ମଧ୍ୟ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପ୍ରଭୁ ଦେବା କୌଣସି ବିବାଦ ଯୋଗୁଁ ନିଜ ପତ୍ନୀଙ୍କଠୁ ଦୂରେଇ ଯାଇଥିଲେ। ତାଙ୍କ ନାଁ ଦକ୍ଷିଣ ଭାରତୀୟ ଫିଲ୍ମର ସଫଳ ଅଭିନେତ୍ରୀ ନୟନତାରାଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। ଯେତେବେଳେ ପ୍ରଭୁ ନୟନତାରାଙ୍କୁ ଡେଟ୍ କରୁଥିଲେ ସେତେବେଳେ ସେ ରାମଲତାଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ୩ପୁଅ ମଧ୍ୟ ଥିଲେ। କିନ୍ତୁ ତଥାପି ସେ ନୟନତାରାଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ।


Share It

Comments are closed.