ବାଦୁଡି ମଡକକୁ ନେଇ ରିପୋର୍ଟ ଆସିଲା ସାମନାକୁ, ବୈଜ୍ଞାନିକ କହିଲେ ଏହି କାରଣ ଯୋଗୁଁ ବାଦୁଡିଙ୍କ ହୋଇଛି ମୃତ୍ୟୁ


ଗୋରଖପୁରରେ ୩୦୦ରୁ ଉର୍ଦ୍ଧ୍ୱ ବାଦୁଡି ମଡକରୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଆଇଭିଆରଆଇ ବୈଜ୍ଞାନିକମାନେ ଏହି ବାହୁଡିଙ୍କ ତିନୋଟି ଶବକୁ ନେଇ ପରୀକ୍ଷନୀରିକ୍ଷା କରିବା ପରେ କିଛି ଏଭଳି ନିଷ୍ପର୍ସ ବାହାରିଥିଲା, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଗୋରଖପୁରର ଖଜନୀ ରେଞ୍ଜର ବାଲଘାଟସ୍ଥିତ ଏକ ବଗିଚାରୁ ୩୦୦ରୁ ଉର୍ଦ୍ଧ୍ୱ ବାହୁଡି ମଡକ ମିଳିଥିଲା ।
ଏହା ପରେ ଗୋରଖପୁରରୁ ବୁଧବାର ଦିନ ତିନୋଟି ଦଳ ବାଦୁଡି ଶବକକୁ ଧରି ଆଇଭିଆରଆଇରେ ପହଞ୍ଚିଥିଲେ । ଏଠାରେ ସନ୍ଧ୍ୟାରୁ ବାଦୁଡି ଶବକୁ ନେଇ ପରୀକ୍ଷାନୀରିକ୍ଷା କରାଯାଇଥିଲା କିନ୍ତୁ ସେତେବେଳେ କିଛି ସ୍ପଷ୍ଟ ତଥ୍ୟ ସାମନାକୁ ଆସିନଥିଲା । ଗୁରୁବାର ଦିନ ବୈଜ୍ଞାନିକମାନେ ଆଉ କିଛି ଯାଞ୍ଚ କରିଥିଲେ, ସେତେବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥିଲା ।
ଆଇଭିଆରଆଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଆରକେ ସିଂହ କହିଛନ୍ତି ଯେ, ପରୀକ୍ଷାନୀରିକ୍ଷାରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ବାହୁଡିଙ୍କ ମୃତ୍ୟୁ ଅସହ୍ୟ ଗରମ ଯୋଗୁଁ ହୋଇଛି । ପ୍ରକୃତରେ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ସାମନାକୁ ଆସିଛି, ସେଥିରେ ଦୁଇଟି କାରଣ ଜଣାପଡୁଛି । ଗୋଟିଏତ ଅସହ୍ୟ ଗରମ ଯୋଗୁଁ ନଚେତ କରେଣ୍ଟ କାରଣରୁ ତାଙ୍କ ମୃତ୍ୟୁ ହୋଇପାରିଥାଏ ବୋଲି ଜଣାପଡିଛି । ଯେଉଁଠାରେ ବାହୁଡିଙ୍କ ମୃତ୍ୟୁ ଘଟିଛି ସେହିଠାରେ କିନ୍ତୁ ବିଦ୍ୟୁତ ଲାଇନ ନଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଅସହ୍ୟ ଗରମ ଯୋଗୁଁ ବାଦୁଡିଙ୍କ ମୃତ୍ୟୁ ହୋଇଛି ବୋଲି ।
ଆଇଭିଆରଆଇ ନିର୍ଦ୍ଦେଶକ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ପରୀକ୍ଷାନୀରିକ୍ଷା ଦ୍ୱାରା କରୋନା ସଂପର୍କିତ ଯାଞ୍ଚ ମଧ୍ୟ କରାଯାଇଥିଲା କିନ୍ତୁ ତାହା ନେଗେଟିଭ ଆସିଥିଲା ।


Share It

Comments are closed.