ଆରପାରିରେ ହଲିଉଡର ପ୍ରସିଦ୍ଧ ଗାୟିକା ଏରିଥା ଫ୍ରାଙ୍କଲିନ


ସାରା ବିଶ୍ୱରେ ନିଜର ସଙ୍ଗୀତ ଦ୍ୱାରା କୋଟି କୋଟି ଲୋକଙ୍କୁ ଆକର୍ଷିତ କରିପାରିଥିବା ଆମେରିକାନ ଗାୟୀକା ଏରିଶା ଫ୍ରାଙ୍କଲିନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଗୁରୁବାର ସକାଳ ୯.୫୦ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
୧୭ ଥର ଗ୍ରାମୀ ଆୱାର୍ଡ ବିଜେତା ଏରିଶା କ୍ୟାନସର ଭଳି ଭୟଙ୍କର ରୋଗରେ ଦୀର୍ଘ ଦିନ ହେବ ପିଡିତ ଥିଲେ । ସେ ୨୦୧୦ ମସିହା ଠାରୁ କ୍ୟାନସର ପାଇଁ ଚିକିତ୍ସାଧୀନ ଅବସ୍ଥା ଥିଲେ । ସେ ଶେଷ ଥର ପାଇଁ ୨୦୧୭ ମସିହା ନଭେମ୍ବରରେ ଏଲଟନ ଜନଙ୍କ ବାର୍ଷିକ ଏଡସ୍ ଫାଉଣ୍ଡସେନ ସମାରୋହରେ ଗୀତ ଗାଇଥିଲେ ।
ଗତ ସପ୍ତାହ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମୂର୍ଣ୍ଣ ବିଗଡିଯାଇଥିଲା ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସବୁବେଳେ ଭ୍ରମଣ କରିବାକୁ ପସନ୍ଦ କରୁଥିବା ଏରିଥା ଗତ ବର୍ଷ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇନଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ତାଙ୍କର ମୃତ୍ୟୁ ଖବର ପାଇ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟରରେ ଟ୍ୱିଟ କରି ଶୋକବ୍ୟକ୍ତ ମଧ୍ୟ କରିଛନ୍ତି ।
ତାଙ୍କୁ ଡାକ୍ତର ଅଧିକରୁ ଅଧିକ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ । ଏରିଥାଙ୍କ ପ୍ରଥମ ଆଲବମ ((Songs of Faith) ୧୯୫୬ ମସିହାରେ ରିଲିଜ ହୋଇଥିଲା ।


Share It

Comments are closed.