ହଜିଲା ପୁଅକୁ ଫେରାଇଦେଲା ଫେସବୁକ


୨୦୧୧ ମସିହା ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ବାଳକ ନିଖୋଜ ହୋଇଯାଇଥିବାର ଘଟଣା ସାମନାକୁ ଆସିଥିଲା । ବାଳକଟିକୁ ନିଖୋଜ ହୋଇଯିବାର ୭ ବର୍ଷ ବିତିଯାଇଥିବାବେଳେ ପରିବାର ଲୋକ ତାକୁ ଆଉ ଫେରି ପାଇବାର ଆଶା ମଧ୍ୟ ହରାଇବସିଥିଲେ । ଏହି ସମୟରେ ଫେସବୁକ ତାଙ୍କ ପାଇଁ ବରଦାନ ପାଲଟି ଥିଲା । ପୋଲିସ ଫେସବୁକ ସାହାଯ୍ୟରେ ନିଖୋଜ ବାଳକର ଠିକଣା ଖୋଜି ବାହାର କରିଥିଲା । ବାଳକଟି ଯେତେବେଳେ ନିଖୋଜ ହୋଇଥିଲା ସେତେବେଳେ ତାକୁ ୧୫ ବର୍ଷ ହୋଇଥିଲା ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ନିଖୋଜ ବାଳକ ସୁରଜିତ ଝାଙ୍କୁ ପାଇବା ପାଇଁ ତେଲେଙ୍ଗାନା ପୋଲିସ ମୁମ୍ବାଇ ପୋଲିସର ସହାୟତା ଲୋଡିଥିଲା, ଯାହା ଫଳରେ ସେମାନେ ସୁରଜିତଙ୍କୁ ସେଠାରୁ ଖୋଜି ବାହାର କରିଥିଲେ । ସୁରଜିତ ବର୍ତ୍ତମାନ ମୁମ୍ବାଇରେ ଏକ କ୍ୟାଟରିଙ୍ଗ କଣ୍ଟ୍ରରାକ୍ଟର ଅଧିନରେ କାମ କରୁଛନ୍ତି । ସେଠାରେ ସୁରଜିତକୁ ଦେଖି ତାର ବାପା ଓ ମା ବହୁତ ଖୁସି ହୋଇପଡିଥିଲେ ।
୨୦୧୧ ମସିହା ଜାନୁଆରୀ ୩୧ରେ ସୁରଜିତ ନିଖୋଜ ହୋଇଯାଇଥିବାର ଖବର ସାମନାକୁ ଆସିଥିଲା, ଯାହାଫଳରେ ପରିବାର ଲୋକ ମଲକାଜଗିରି ଥାନାରେ ନିଖୋଜ ହୋଇଯାଇଥିବାର ଏକ ମୋକଦମା ମଧ୍ୟ ଦାୟର କରିଥିଲେ ।
ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସୁରଜିତ ୧୫ ବର୍ଷର ହୋଇଥିବା ସମୟରେ ଘରୁ ଏକେଲା କୁଆଡେ ପଳାଇଯାଇଥିଲେ । ସେ ନିଜ ଭଉଣୀ ଏବଂ ଭିଣୋଇ ନକହି ଏକେଲା ଘରୁ ବାହାରି ପଳାଇଥିଲେ । ସେ ବିହାରର ମଧୁବନୀ ଜିଲ୍ଲାର ମୂଳ ବାସିନ୍ଦା ଅଟନ୍ତି ।
ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଦିନେ ତାଙ୍କ ଭଉଣୀ ସୁରଜିତଙ୍କୁ ଫେସବୁକରୁ ଖୋଜି ବାହାର କରିଥିଲେ ଏବଂ ତାଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ମଧ୍ୟ ପଠାଇଥିଲେ କିନ୍ତୁ ସୁରଜିତ ତାକୁ ଗ୍ରହଣ କରିନଥିଲା । ଏହା ପରେ ତାଙ୍କ ଭିଣୋଇ ପୋଲିସକୁ ଏହି ସଂପର୍କରେ ସୂଚନା ଦେବା ସେ ଠିକଠାକ ଅଛନ୍ତି ବୋଲି କହିଥିଲେ । ଏହି ତଥ୍ୟ ପାଇଲା ପରେ ପୋଲିସ ସାଇବର ସେଲକୁ ଯାଇ ସୁରଜିତଙ୍କର ସଠିକ ଠିକଣା ଟ୍ରାକ କରି ତାଙ୍କୁ ଖୋଜି ବାହାର କରିଥିଲେ ।


Share It

Comments are closed.