ଭାରତରେ ମାତ୍ର ୧୯,୯୯୯ଟଙ୍କାରେ ପୋକୋ ପ୍ୟାଡ୍ ୫ଜିର ବଜାର ପ୍ରବେଶ


ଭୁବନେଶ୍ୱର: ଭାରତର ଉପଭୋକ୍ତା ଟେକ୍ନୋଲୋଜି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ ପୋକୋ ପକ୍ଷରୁ ଭାରତରେ ପୋକୋ ପ୍ୟାଡ ୫ଜି ର ସେଲ ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି ଯାହା ଅଗଷ୍ଟ ୨୮ ତାରିଖ ୨୦୨୪, ଦିନ ୧୨ଟାରୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି । ଏହି ଡିଭାଇସ ସହିତ ପୋକୋ ଇଣ୍ଡିଆ ଟାବ୍‌ଲେଟ୍ ବଜାରରେ ପ୍ରବେଶ କରିଛି, ଏକ ନୂଆ ଉତ୍ପାଦ ବର୍ଗ ପାଇଁ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଅତୁଳନୀୟ ମୂଲ୍ୟର ସମ୍ମିଶ୍ରଣ ଆଣିଛି । ଏହି ଡିଭାଇସ୍ ୨.୫ କେ ରିଜୋଲ୍ୟୁଶନ ସହ ଏକ ଚମତ୍କାର ଭିଜୁଆଲ ଅନୁଭୂତି ଓ ୧୨୦ଏଚ୍‌ଜେଡ୍ ଆଡାପ୍ଟିଭସିଙ୍କ ରିଫ୍ରେଶ୍ ରେଟ୍ ପ୍ରଦାନ କରୁଛି । ଡଲ୍‌ବି ଭିଜନ ଓ ଡଲ୍‌ବି ଅଟ୍‌ମୋସ ସହ ସୁସଜ୍ଜିତ ଏହି ଟାବ୍‌ଲେଟ୍ ମନୋରଞ୍ଜନ, ଉତ୍ପାଦକତା ଓ ସୃଜନଶୀଳତାକୁ ଉପଯୁକ୍ତ ଭାବେ ସନ୍ତୁଳିତ ରଖିଥାଏ । ସ୍ନାପ୍‌ଡ୍ରାଗନ ୭ଏସ୍ ଜେନ୍ ୨ ଦ୍ୱାରା ପରିଚାଳିତ ଏହି ପରବର୍ତୀ ପିଢିର ପ୍ୟାଡ୍‌ରେ ୩୩ୱାଟ୍ ଫାଷ୍ଟ୍ ଚାର୍ଜିଙ୍ଗ୍ ସପୋର୍ଟ ସହ ଏକ ଶକ୍ତିଶାଳୀ ୧୦,୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି । ଏହି ଡିଭାଇସ୍ ପୋକୋ ସ୍ମାର୍ଟ ପେନ୍‌, ପୋକୋ କୀବୋର୍ଡ ଓ ଏକ ବ୍ୟାକ୍ କେସ୍ ସହ ଆସୁଛି । ଏହାବ୍ୟତୀତ ପୋକୋ ପ୍ୟାଡ୍ ୨ ବର୍ଷର ଆଣ୍ଡ୍ରଏଡ୍ ଅପ୍‌ଡେଟ ଓ ୩ ବର୍ଷର ସିକ୍ୟୁରିଟି ଅପ୍‌ଡେଟ୍ ପ୍ରଦାନ କରୁଛି ।
ପୋକୋ ପ୍ୟାଡ ୫ଜି ଦୁଇଟି ରଙ୍ଗ ବିକଳ୍ପ ଯଥା ପିସ୍ତାସିଓ ଗ୍ରୀନ ଓ କୋବାଲ୍ଟ ବ୍ଲୁରେ ଉପଲବ୍ଧ ହେଉଛି । ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଂଟ୍ କରୁଥିବା ଗ୍ରାହକମାନେ ୩୦୦୦ ଟଙ୍କାର ଏକ ରିହାତି ପାଇଁ ଯୋଗ୍ୟ ହୋଇପାରିବେ । ପୋକୋ ପକ୍ଷରୁ ସେଲ୍‌ର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ ଟଙ୍କାର ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି ଯାହାଫଳରେ ଏହାର ୮ଜିବି+୧୨୮ଜିବି ଭାରିଆଂଟ୍‌ର ପ୍ରଭାବୀ ମୂଲ୍ୟ ୧୯,୯୯୯ ଟଙ୍କା ଓ ୮ଜିବି+୨୫୬ଜିବି ଷ୍ଟୋରେଜ ଭାରିଆଂଟ୍‌ର ପ୍ରଭାବୀ ମୂଲ୍ୟ ୨୧,୯୯୯ ଟଙ୍କାରେ ପହଂଚୁଛି । ପୋକୋ ପ୍ୟାଡ ୫ଜି ପ୍ରଥମ ୧୫୦୦ ଗ୍ରାହକଙ୍କ ପାଇଁ ମାଗଣାରେ ଏକ ବର୍ଷର ଟାଇମ୍‌ସ ପ୍ରାଇମ ମେମ୍ବରସିପ୍ ଓ ଏମ୍‌ଏସ୍ ଅଫିସ ୩୬୫ (ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ) ପାଇଁ ମାଗଣାରେ ୬ ମାସର ସବ୍‌ସ୍କ୍ରିପ୍‌ଶନ ସହ ଆସୁଛି । ଏହାକୁ କ୍ରୟ ସମୟରେ ମାତ୍ର ୧ ଟଙ୍କାରେ ଏକ ବଣ୍ଡଲ ଭାବେ ଯୋଗ କରାଯାଇପାରିବ । ୩ ମାସ ଓ ୬ ମାସ ପାଇଁ ସମସ୍ତ ଅଗ୍ରଣୀ ବ୍ୟାଙ୍କ ସହ ନୋ କଷ୍ଟ୍ ଇଏମ୍‌ଆଇ ଉପଲବ୍ଧ ହେଉଛି ।


Share It

Comments are closed.