ନିଜ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାର ମେଡାଲ ବିଜେତାଙ୍କ ସହିତ ବାର୍ତ୍ତାଳାପ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ନିଜର ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ବିଜେତାଙ୍କ ସହିତ ଶନିବାର ଦିନ ବାର୍ତାଳାପ କରିଥିଲେ । ପ୍ରଥମ ଥର ପାଇଁ ମୋଦି ବିଜେତାମାନଙ୍କ ସହିତ ସାମନିସାମନି ଆଲୋଚନା କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ ବିଜେତାମାନଙ୍କୁ ୨୦୨୦ରେ ସମ୍ମାନ କରିଥିଲେ । ମୋଦି ମେଡାଲ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଖେଳରେ ହାରିଥିବା ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହନ ପ୍ରଦାନ କରିଥିଲେ ।
ଚଳିତ ବର୍ଷ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ସମୁଦାୟ ୬୧ଟି ମେଡାଲ ତଥା ୨୨ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୨୩ ବ୍ରୋଞ୍ଜ ମେଡାଲ ପାଇଥିଲେ । ସେ ପିଭି ସିନ୍ଧୁ, ହରମନପ୍ରିତ କୌରଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଖେଳକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଥିଲେ ।


Share It

Comments are closed.