ଦେଶବାସୀଙ୍କୁ ରାତି ୮ରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ଭାଇରସ ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୮ ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଟ୍ୱିଟ କରି ନିଜେ ସୂଚନା ଦେଇଥିବାବେଳେ ସେ ଲେଖିଛନ୍ତି ଯେ, ଭୟଙ୍କର ମହାମାରୀ କରୋନା ଭାଇରସର ବଢୁଥିବା ପ୍ରକୋପ ସମ୍ବୋଧିତ କିଛି ମହତ୍ତ୍ୱପୂର୍ଣ୍ଣ ମୁଁ ଦେଶବାସୀ ସହ ସେୟାର କରିବି । ଆଜି, ୨୪ ମାର୍ଚ୍ଚ ସନ୍ଧ୍ୟା ୮ରେ ଦେଶକୁ ସମ୍ବୋଧିତ କରିବି ।

ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୯ ମାର୍ଚ୍ଚରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କରୋନା ଭାଇରସ ଠାରୁ ସତର୍କତା ଏବଂ ତା’ ବିରୋଧରେ ଲଢେଇ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଆପିଲ କରିଥିଲେ । ସେ କହିଥିଲେ ଯେ, ମାର୍ଚ୍ଚ ୨୨ରେ ଦେଶ ଜନତା କର୍ଫ୍ୟୁ ପାଳନ କରିବ । ସାରା ଦେଶରେ ଏହାର ଅନେକ ପ୍ରଭାବ ମଧ୍ୟ ପଡିଥିଲା ।


Share It

Comments are closed.