ଅକ୍ଟୋବର ୩୧ ସାବରମତୀରୁ ଦେଶର ପ୍ରଥମ ସି-ପ୍ଲେନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ସାବରମତୀରୁ ଦେଶର ପ୍ରଥମ ସି-ପ୍ଲେନ୍‌ ଉଦ୍‌ଘାଟନ କରିବେ। ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମତିଥିରେ ଏହି ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ସାବରମତୀର ରିଭରଫ୍ରଣ୍ଟରୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ ଚଳାଚଳ କରିବ। ଘରୋଇ ବିମାନ ସଂସ୍ଥା ‘ସ୍ପାଇସଜେଟ୍‌’ ଏହାର ପରିଚାଳନା ଦାୟିତ୍ୱ ନେବ । ଏଥିରେ ଥରକରେ ୧୨ ଜଣ ଯାତ୍ରୀ ଯାଇପାରିବେ । କ୍ରୁ ସଦସ୍ୟଙ୍କ ପାଇଁ ୭ଟି ସିଟ୍‌ ରହିବ ।

ସି-ପ୍ଲେନ ଗୋଟିଏ ଦିନରେ ୮ ଥର ଯା-ଆସ କରିବ । ପ୍ରାଥମିକ ଭାବେ ଜଣେ ଯାତ୍ରୀ ପିଛା ଟିକେଟ ଭଡ଼ା ୪,୮୦୦ ଟଙ୍କା ରହିଛି । ସଡ଼କପଥରେ ଅହମ୍ମଦାବାଦରୁ କେୱଡ଼ିଆ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପାଖାପାଖି ୪ ଘଣ୍ଟା ସମୟ ଲାଗୁଥିବା ବେଳେ ସି-ପ୍ଲେନ ଯୋଗେ ଜଣେ ୧ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରିବ।


Share It

Comments are closed.