ଆଇପିଏଲ ଉପରେ କରୋନାର କଳା ବାଦଲ, ସ୍ଥଗିତ କରିବା ପାଇଁ ଚାପ ବଢିଲା


ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣ ଖେଳାଯିବ କି ନାହିଁ ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ବିସିସିଆଇକୁ ଦେବାକୁ କାଠିକର ପାଠ ହୋଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶକୁ ସମ୍ବୋଧିତ କରି ୨୧ ଦିନର ଲକଡାଉନ ଘୋଷଣା କରିଥିବାବେଳେ ବର୍ତ୍ତମାନ ଆଇପିଏଲ ଖେଳକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି ।
୨୧ ଦିନ ପର୍ଯ୍ୟନ୍ତ ଦେଶକୁ ଲକଡାଉନର ଘୋଷଣା କରାଯିବା ପରେ ବିସିସିଆଇ ଉପରେ ବର୍ତ୍ତମାନ ଏହି ଖେଳକୁ ସ୍ଥଗିତ କରିବା ପାଇଁ ଚାପ ପଡିଆ ଆରମ୍ଭ ହୋଇଗଲାଣି । ଆଇପିଏଲର ୧୩ତମ ସଂସ୍କରଣ ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବାବେଳେ କରୋନା ଭାଇରସ ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସେହି ସମୟରେ କହିଥିଲେ ଯେ, ପରିସ୍ଥିତି ଅନୁଯାୟୀ ଆଇପିଏଲ ତାରିଖ ଉପରେ ନିଷ୍ପତି ନିଆଯିବ ।
ଗାଙ୍ଗୁଲୀ ଏହି ସଂପର୍କରେ କହିଛନ୍ତି ଯେ, “ମୁଁ ଏହି ବିଷୟରେ କିଛି କହି ପାରିବି ନାହିଁ । ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ସ୍ଥାନରେ ଅଛୁ, ଯେତେବେଳେ ଆମେ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନେଇଥିଲୁ । ଗତ ୧୦ ଦିନ ମଧ୍ୟରେ କିଛି ବଦଳି ନାହିଁ । ଏହ ସଂପର୍କରେ ମୁଁ କିଛି କହି ପାରିବି ନାହିଁ ।”


Share It

Comments are closed.