ବକ୍ସ ଅଫିସରେ କାମ ଦେଲା ନାହିଁ ମୋଦି ମ୍ୟାଜିକ


ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ନରେନ୍ଦ୍ର ମୋଦି’ ଗତ ଶୁକ୍ରବାର ଦିନ ରିଲିଜ ହୋଇଯାଇଛି । ଏହି ଫିଲ୍ମଟିକୁ ‘ଉମଙ୍ଗ କୁମାର’ ରିଲିଜ କରିଥିବାବେଳେ ଫିଲ୍ମରେ ମୋଦିଙ୍କ ଭୂମିକାକୁ ବିବେକ ଓବରଏ ନିର୍ବାହ କରୁଛନ୍ତି । ପ୍ରଥମରୁ ଏହି ଫିଲ୍ମର ଆୟ ନୈରଶ୍ୟଜନକ ରହିଥିବାବେଳେ ବର୍ତ୍ତମାନ ଏଥିରେ ବୃଦ୍ଧି ପରିଲିକ୍ଷିତ ହେଉଛି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମଟି ବର୍ତ୍ତମାନ ସୁଧା ୧୧.୭୬ କୋଟି ଟଙ୍କା ଆୟ କରିଛି ।
ପ୍ରକାଶ ଥାଉକି ଏହି ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ଅନେକ ବାଦବିବାଦ ଲାଗି ରହିଥିବାବେଳେ ଏହାର ରିଲିଜ ତାରିଖକୁ ମଧ୍ୟ ଅନେକ ଥର ଘୁଞ୍ଚା ଯାଇ ସାରିଛି ।

ଫିଲ୍ମଟିକୁ ପୂର୍ବରୁ ଏପ୍ରେଲରେ ରିଲିଜ କରାଯିବାକୁ ଥିବାବେଳେ ବିରୋଧୀଙ୍କ ବିରୋଧ ସକାସେ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା ।
ଏହି ଫିଲ୍ମଟି ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏବଂ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କିପରି ଥିଲା ନରେନ୍ଦ୍ର ମୋଦି ଯାତ୍ରା ତାହା ଏଠାରେ ଦୃଶ୍ୟମାନ ହୋଇଛି ।


Share It

Comments are closed.