ଆଦମପୁର ଏୟାର ବେସରେ ପହଂଚି ଅପରେସନରେ ପାକିସ୍ତାନକୁ ଧୂଳି ଚଟାଇଥିବା ବାୟୁସେନାର ବୀର ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପଂଜାବର ଆଦମପୁର ଏୟାର ବେସରେ ପହଂଚି ବାୟୁସେନା ଯବାନଙ୍କ ସହ ସାକ୍ଷାତ କଲେ ଏବଂ ତାଙ୍କ ମନୋବଳକୁ ଦୃଢିଭୂତ ମଧ୍ୟ କଲେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ସେହି କରିଥିଲେ ଯେତେବେଳେ କି ପାକିସ୍ତାନ ଦାବୀ କରିଥିଲା କି ସେମାନେ ଭାରତର ଏସ-୪୦୦ ଏୟାର ବେସକୁ ନଷ୍ଠ କରିଦେଇଛନ୍ତି ବୋଲି । କିନ୍ତୁ ଭାରତ ନିଜର ମିଗ ୨୯ ଫାଇଟର ଜେଟ ଏବଂ ଏସ-୪୦୦ର ଶକ୍ତି ଦ୍ୱାରା କେବଳ ପାକିସ୍ତାନର ମିଛ ଦାବୀକୁ ଭଣ୍ଡର କଲେ ନାହିଁ ବରଂ ଅପରେସନ ସିନ୍ଦୁର ଦ୍ୱାରା ଶତୃଙ୍କୁ ଧୂଳି ମଧ୍ୟ ଚଟାଇଲେ ।
ପାକିସ୍ତାନ ଦାବୀ କରିଥିଲା ଯେ ସେମାନେ ଆଦମପୁର ଏୟାରବେସରେ ୬ ମିସାଇଲ ନିକ୍ଷେପ କରିଥିଲେ । ଏହା ସହ ସେମାନେ ଏସ-୪୦୦ ଲଂଚରକୁ ନଷ୍ଟ କରିଦେଇଥିବାର ଦାବୀ ମଧ୍ୟ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦ୍ୱାରା ଏସ-୪୦୦ ଉପସ୍ଥିତି ପାକିସ୍ତାନର ଏହି ମିଛ ଦାବୀକୁ ଭଣ୍ଡୁର କରିଦେଇଛି । ଫଟୋରେ ପ୍ରଧାନମନ୍ତ୍ରୀଙ୍କ ପଛ ପଟେ ଏସ-୪୦୦କୁ ଆପଣେ ଦେଖିପାରିବେ । ଭାରତର ଏହି ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ଆକାଶରେ ହିଁ ନଷ୍ଟ କରିଦେଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରେସ ବିଜ୍ଞପ୍ତିରେ ମଧ୍ୟ କହିଥିଲେ ଯେ, ଏସ-୪୦୦, ଯାହାକୁ ଆମେ ସୁଦର୍ଶନ କହୁଛନ୍ତି , ସେ ଶତୃଙ୍କ ସବୁ ଯୋଜନାକୁ ପଣ୍ଡ କରିଦେଇଛି ।


Share It

Comments are closed.