ଶନିବାର ଦିନ ଏହି କେତୋଟି ଉପାୟରେ ଶନିଦେବଙ୍କ ସହ ହନୁମାନଙ୍କୁ ମଧ୍ୟ ପ୍ରସନ୍ନ କରିପାରିବେ .


ଧାର୍ମିକ ମାନ୍ୟତା ଅନୁଯାୟୀ ଶନିବାର ଶନିଦେବଙ୍କ ପୂଜା କରିବା ଦ୍ୱାରା ଶନିଙ୍କ ପ୍ରକୋପରୁ ରକ୍ଷା ମିଳିପାରେ । ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ ବିଷୟରେ ଜଣାଇବାକୁ ଯାଉଛୁ , ଯାହାର ପାଳନ ଦ୍ୱାରା ଶନିଙ୍କର ଖରାପ ପ୍ରଭାବରୁ ମୁକ୍ତି ମିଳିପାରିବ ।
ମାନ୍ୟତା ଅନୁଯାୟୀ ଶନିବାର ଦିନ ଶନିଦେବଙ୍କ ପୂଜା କରିବା ଦ୍ୱାରା ଶନିଙ୍କର କୁଦୃଷ୍ଟି ବ୍ୟକ୍ତିଙ୍କ ଉପରେ ରହିନଥାଏ । ଶନିଦେବଙ୍କୁ କର୍ମ ଫଳ ଦାତା ବୋଲି ମଧ୍ୟ କୁହାଯାଇଥାଏ । ଏମତିବି ମାନ୍ୟତା ରହିଛି ଯେ ଶନିଦେବ କର୍ମ ଅନୁସାରେ ହିଁ ଫଳ ଦେଇଥାନ୍ତି । ତେଣୁ ପ୍ରତ୍ୟେକ ଶନିବାର କିଛି ଭଲ କର୍ମ କରିବାର ସଂକଳ୍ପ ନିଅନ୍ତୁ ଏବଂ ତାହାବି ହୃଦୟର ସହ କରନ୍ତୁ ।
ଧାର୍ମିକ ମାନ୍ୟତା ଅନୁଯାୟୀ ଶନିବାର ଓ ମଙ୍ଗଳବାର ସଂକଟମୋଚନ ହନୁମାନଙ୍କ ଦିନ । ଯଦି ଆପଣଙ୍କ ଉପରେ ଶନିଦେବଙ୍କର ଖରାପ ଦଶା ଚାଲୁଥାଏ ତେବେ ହନୁମାନଙ୍କୁ ପୂଜା କରନ୍ତୁ । ହନୁମାନଙ୍କ ପୂଜା କରିବା ଦ୍ୱାରା ସବୁ ପ୍ରକାରର ଦୁଷ୍ପ୍ରଭାବ ଦୂର ହୋଇଯାଇଥାଏ ଏବଂ ଜୀବନରେ ସବୁକିଛି ଆଗ ଅପେକ୍ଷା ଭଲ ସୂଧୁରି ଯାଇଥାଏ ।
କିଭଳି କରିବେ ହନୁମାନଙ୍କୁ ପ୍ରସନ୍ନ:
-ହନୁମାନ ନିଜ ଭକ୍ତଙ୍କ ଦ୍ୱାରା ଶ୍ରୀଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି । ଯଦି ଆପଣ କେବଳ ରାମନାମର ସ୍ମରଣ କରିବେ ତେବେ ଶନିଦେବ ଆପଣଙ୍କ ଉପରେ ଜଲଦୀ ପ୍ରସନ୍ନ ହୋଇଯିବେ ।
-ପ୍ରତିଦିନ ହନୁମାନ ଚାଳିଶାର ପାଠ କରନ୍ତୁ । ଏପରି କରିବା ଦ୍ୱାରା ନା କେବଳ ଶନି ଦଶାରୁ ମୁକ୍ତି ପାଇପାରିବେ କିନ୍ତୁ ଆପଣଙ୍କ ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ।
-ସମ୍ଭବ ହେଲେ ଶନିବାର ଦିନ ସୁନ୍ଦର କାଣ୍ଡର ପାଠ କରିବା ଆବଶ୍ୟକ । ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।
– ପ୍ରଭୁ ହନୁମାନଙ୍କର ଏହି ମନ୍ତ୍ରର ଜପ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଯାଇଥାଏ । ମନ୍ତ୍ର-ଓଁ ହଂ ହନୁମଂତ ନମଃ । ।


Share It

Comments are closed.