ଇଂଲଣ୍ଡକୁ ବିଶ୍ୱବିଜୟୀ କରିଥିବା ଏହି ଖେଳାଳୀମାନେ ହେଲେ ଅନ୍ୟ ଦେଶର


ଗତ କାଲି ବିଶ୍ୱକପ ଫାଇନାଲରେ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଥିବାବେଳେ ଶେଷ ମୂହୂର୍ତ୍ତରେ ଆୟୋଜକ ଇଂଲଣ୍ଡ ଏଥିରେ ବାଜି ମାରି ନେଇଥିଲା । ତେବେ ଇଂଲଣ୍ଡକୁ ବିଶ୍ୱବିଜୟୀ କରିଥିବା ଦଳର କେତେକ ପ୍ରମୁଖ ଖେଳାଳୀଙ୍କ ପ୍ରଛଦପଟ ସତ୍ୟତା ସଂପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜ୍ଞା ହଁ ବିଶ୍ୱବଜୟୀ ଏହି ଦଳର ଅନେକ ଖେଳାଳୀ ଇଂଲଣ୍ଡରେ ହୋଇନଥିବାବେଳେ ସେମାନେ ପ୍ରକୃତରେ ଅନ୍ୟ ଦେଶର ଖେଳାଳୀ ଅଟନ୍ତି । ବିଶ୍ୱବିଜୟୀ ଇଂଲଣ୍ଡର ୧୫ ଜଣ ଖେଳାଳୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଅନ୍ୟ ଦେଶର ଖେଳାଳୀ ।
ଏହି ଖେଳାଳୀଙ୍କ ମଧ୍ୟରୁ ଫାଇନାଲେ ମ୍ୟାଚରେ ‘ମ୍ୟାନ ଅଫ ଦ ମ୍ୟାଚ’ ବିବେଚିତ ହୋଇଥିବା ‘ବେନ ଷ୍ଟୋକ୍ସ’ ଏବଂ ଦଳ ପାଇଁ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ହାସଲ କରିଥିବା ‘ଜୋଫ୍ରା ଆରଚର’ ମଧ୍ୟ ସାମିଲ ରହିଛନ୍ତି । ଏହା ସହ ଦଳର ଅଧିନାୟକ ‘ଇଅନ ମର୍ଗାନ’ ମଧ୍ୟ ଆୟରଲାଣ୍ଡର ଖେଳଳୀ ଅଟନ୍ତି । ମର୍ଗାନ ଆୟରଲାଣ୍ଡ ପକ୍ଷରୁ ୨୦୦୭ରେ ମଧ୍ୟ ବିଶ୍ୱକପ ଖେଳି ସାରିଛନ୍ତି ।
ସେହିଭଳି ଓପନର ‘ଜେସନ ରଏ’ ମଧ୍ୟ ସାଉଥ ଆଫ୍ରିକାର ଅଟନ୍ତି । ତେବେ ଆସନ୍ତୁ ଇଂଲଣ୍ଡକୁ ବିଶ୍ୱ ବିଜୟୀ କରିଥିବା ଏହି ଅନ୍ୟ ଦେଶର ଖେଳାଳୀଙ୍କ ସଂପର୍କରେ କିଛି କଥା ଜାଣିବା ।
‘ଇଅନ ମର୍ଗାନ’- (ଡବଲିନ, ଆୟରଲାଣ୍ଡ)

ମର୍ଗାନ ଆୟରଲାଣ୍ଡ ତରଫରୁ ୫ ଅଗଷ୍ଟ ୨୦୦୬ରେ ସ୍କଟଲାଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ମ୍ୟାଚରେ ଡେଭିୟୁ କରିଥିଲେ । ଆୟରଲାଣ୍ଡ ପକ୍ଷରୁ ଖେଳିବାର ତିନି ବର୍ଷ ପରେ ସେ ୨୦୦୯ରେ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ପକ୍ଷରୁ ମ୍ୟାଚ ଖେଳିଥିଲେ ।
ଜେସନ ରୟ- (ଡରବନ, ଦକ୍ଷୀଣ ଆଫ୍ରିକା)

ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜେୟନ ଯେତେବେଳେ ୧୦ ବର୍ଷର ଥିଲେ ତାଙ୍କ ପରିବାର ଲୋକ ଇଂଲଣ୍ଡ ଚାଲି ଆସିଥିଲେ । ସେ ଏହି ଠାରୁ ହିଁ ଫାଷ୍ଟକ୍ଲାସ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ଜେସନ ୨୦୧୫ରେ ପ୍ରଥମ ଥର ପାଇଁ ନିଜ ବିଶ୍ୱକପ ମ୍ୟାଚ ଖେଳିଥିଲେ ।
ବେନ ଷ୍ଟୋକ୍ସ- (ଖ୍ରୀଷ୍ଟଚର୍ଚ୍ଚ, ନ୍ୟୁଜିଲାଣ୍ଡ)

ନ୍ୟୁଜିଲାଣ୍ଡ ରେ ଜନ୍ମିତ ଏହି ଖେଳାଳୀ ଯେତେବେଳେ ୧୨ ବର୍ଷର ଥିଲେ ସେ ପରିବାର ଲୋକ ଇଂଲଣ୍ଡ ଚାଲି ଆସିଥିଲେ । ଏହି ଠାରୁ ହିଁ ସେ କ୍ଲବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ସେ ଅଗଷ୍ଟ ୨୦୧୧ ନିଜ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ ।
ମୋଇନ ଅଲ୍ଲୀ -(ମୀରପୁର, ପିଓକେ)

ଇଂଲଣ୍ଡ ଏହି ଖେଳାଳୀ ପାକିସ୍ତାନୀ ଅଟନ୍ତି । ତାଙ୍କ ଦାଦା ମିରପୁରରୁ ବର୍ମିହାମ ଚାଲି ଆସିଥିଲେ ଏବଂ ମୋଇନଙ୍କ ଜନ୍ମ ସେଠାରେ ମଧ୍ୟ ହୋଇଥିଲା । ସେ ଇଂଲଣ୍ଡରୁ ହିଁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।
ଆଦିଲ ରାସିଦ- (ମୀରପୁର, ପିଓକେ)

ମାଇଲଙ୍କ ଭଳି ଆଦିଲ ରାସିଦ ମଧ୍ୟ ପାକିସ୍ତାନୀ ଅଟନ୍ତି । ତାଙ୍କ ପରିବାର ଲୋକ ୧୯୬୭ରେ ମୀରପୁରରୁ ଇଂଲଣ୍ଡ ଚାଲି ଆସିଥିଲେ ।
ଜୋଫ୍ରା ଆର୍ଚର -(ବାରବାଡୋଜ)

ଇଂଲଣ୍ଡର ଦ୍ରୁତ ଖେଳାଳୀ ଜୋଫ୍ରା ଆର୍ଚରଙ୍କ ଜନ୍ମ ବାରବାଡୋଜରେ ହୋଇଥିଲା । ସେ ୱେଷ୍ଟଇଣ୍ଡିଜ ତରଫରୁ ଅଣ୍ଡର-୧୯ ବିଶ୍ୱକପ ମଧ୍ୟ ଖେଳି ସାରିଛନ୍ତି । ସେ ୨୦୧୬ରେ ପ୍ରଥମ ଥର ପାଇଁ ଇଂଲଣ୍ଡ ତରଫରୁ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ ।
ଟମ କୁରେନ (କେପଟାଉନ, ଦକ୍ଷିଣ ଆଫ୍ରିକା)

ଟମ କୁରେନ ଜିମ୍ବାୱେର ପୂର୍ବତ୍ତନ କ୍ରିକେଟର କେୱିନ କୁରେନଙ୍କ ସନ୍ତାନ ଅଟନ୍ତି । କିନ୍ତୁ ସେ ତାଙ୍କର କ୍ୟାରିୟର ଆରମ୍ଭ ଦକ୍ଷିଣ ଆଫ୍ରିକାରୁ ହିଁ ଆରମ୍ଭ କରିଥିଲେ । ସେ ଦକ୍ଷିଣ ଆଫ୍ରିକା ତରଫରୁ ଅଣ୍ଡର-୧୫, ଅଣ୍ଡର-୧୭ ଏବଂ ଅଣ୍ଡର-୧୯ ମଧ୍ୟ ଖେଳି ସାରିଛନ୍ତି ।


Share It

Comments are closed.