ତୂଳସୀ ଗଛ ପାଖରେ ଏହିସବୁ ଜିନିଷ ରଖିବା ଡାକି ଆଣିଥାଏ ଦୁର୍ଭାଗ୍ୟ


ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ପ୍ରତ୍ୟେକ ପୂଜାପର୍ବ, ବ୍ରତ, ପର୍ବାଣି, ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ତୁଳସୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଦେବୀଦେବତାଙ୍କୁ ମଧ୍ୟ ତୁଳସୀ ଅର୍ପଣ କଲେ ଖୁବ ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ତୁଳସୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ଆସିଥାଏ। ମାତ୍ର ଘରର ଅଗଣାରେ ତୁଳସୀଙ୍କୁ ରଖି ପୂଜାର୍ଚ୍ଚନା କରିବା ସହ କିଛି ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ..
ବାସ୍ତୁ ଅନୁସାରେ ତୁଳସୀ ବୃକ୍ଷ ନିକଟରେ କଦାପି ଜୋତା-ଚପଲ ଆଦି ରଖନ୍ତୁ ନାହିଁ। ଏହାଦ୍ୱାରା ତୁଳସୀଙ୍କ ସହ ଦେବୀ ଲକ୍ଷ୍ମୀଙ୍କ ମଧ୍ୟ ଅବମାନନା ହୋଇଥାଏ। ଏହାଦ୍ୱାରା ଧନର ଅଭାବ ଲାଗି ରହିବା ସହ ଜୀବନରେ ଅନେକ ସମସ୍ୟା ଦେଖାଦିଏ। ତୁଳସୀ ବୃକ୍ଷ ନିକଟକୁ ସର୍ବଦା ସଫାସୁତୁରା ରଖନ୍ତୁ।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ଖୁବ ପ୍ରିୟ। ତେଣୁ ତୁଳସୀଙ୍କୁ ନିୟମିତ ପୂଜା କଲେ ଭଗବାନଙ୍କ ବିଶେଷ କୃପା ମିଳିଥାଏ। କୁହାଯାଏ ତୁଳସୀଙ୍କ ନିକଟରେ ଝାଡୁ କଦାପି ରଖନ୍ତୁ ନାହିଁ। ଏହାଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଧନର ଅଭାବ ମଧ୍ୟ ଲାଗି ରହିଥାଏ।

ତୁଳସୀଙ୍କ ନିକଟରେ ଶିବଲିଙ୍ଗ ମଧ୍ୟ ରଖନ୍ତୁ ନାହିଁ।
ତୁଳସୀ ବୃକ୍ଷ ନିକଟରେ କଦାପି କଣ୍ଟାଯୁକ୍ତ ବୃକ୍ଷ ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ହୋଇଥାଏ। ଗୋଲାପ କିମ୍ବା ଅନ୍ୟ କଣ୍ଟା ଯୁକ୍ତ ଗଛକୁ ତୁଳସୀଙ୍କ ନିକଟରେ ରଖନ୍ତୁ ନାହିଁ। କଣ୍ଟାଜାତୀୟ ବୃକ୍ଷ ରହିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ, ମତଭେଦ ହେବା ସହ ଭଲପାଇବା ,ବୁଝାମଣା ରହିନଥାଏ।

ତୁଳସୀ ବୃକ୍ଷ ଖୁବ ପବିତ୍ର। ତେଣୁ ଏହାର ଆଖପାଖ ସର୍ବଦା ସଫା ରଖନ୍ତୁ। ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ତୁଳସୀଙ୍କ ନିକଟରେ କୌଣସି ଅଳିଆ ଜିନିଷ ପକାନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଦରିଦ୍ରତା ଲାଗି ରହିଥାଏ।


Share It

Comments are closed.