ପିରାମଳ ଫାଇନାନ୍ସ ପକ୍ଷରୁ ଡିଜିଟାଲ ଇଣ୍ଡିଆର ଜନ ସେବା କେନ୍ଦ୍ର ସହ ସହଯୋଗିତା


ଭୁବନେଶ୍ୱର: ପିରାମଳ ଏଂଟରପ୍ରାଇଜେସ ଲିମିଟେଡର ସମ୍ପୂର୍ଣ୍ଣ ସହାୟକ କମ୍ପାନି ପିରାମଳ ଫାଇନାନ୍ସ ପକ୍ଷରୁ ଗ୍ରାମାଚଂଳ ବଜେଟ ସଚେତନ ବ୍ୟକ୍ତି ଓ ଏମଏସଏମଇଗୁଡ଼ିକ ପାଖରେ ସଂଗଠିତ ଋଣ ପହଂଚାଇ ସେମାନଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ଡିଜିଟାଲ ଇଣ୍ଡିଆର ଜନ ସେବା କେନ୍ଦ୍ର ସହିତ ସହଯୋଗିତା ସ୍ଥାପନ କରାଯାଇଛି।
ଏହି ସହଯୋଗିତା ଜରିଆରେ ୨୦୨୪ର ଅଗଷ୍ଟ ମାସରେ ସଫଳତାର ସହ ୧୦୦ କୋଟି ଟଙ୍କାରୁ ଅଧିକ ଆବଂଟନ କରାଯାଇଛି। ଦେଶର ଅର୍ଧ ସହରାଚଂଳଗୁଡ଼ିକରେ ଗୃହ ଓ ବ୍ୟବସାୟ ଋଣ ଭାବେ ଏହି ଋଣ ପ୍ରଦାନ କରାଯାଇଛି। ସାରା ଦେଶରେ ୬ ଲକ୍ଷରୁ ଅଧିକ ଜନ ସେବା କେନ୍ଦ୍ର ଥିବା ବେଳେ ସେହି ବ୍ୟାପକ ନେଟୱର୍କକୁ ବ୍ୟବହାର କରି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ବଜେଟ ସଚେତନ ଗ୍ରାହକଙ୍କୁ ସମର୍ଥନ କରିବାକୁ ଏହି ସହଯୋଗିତାରେ ଲକ୍ଷ୍ୟ ରଖାଯାଇଛି। ଏହା ଅନଗ୍ରସର ଅଂଚଳର ଲୋକମାନଙ୍କ ଆର୍ôଥକ ଆବଶ୍ୟକତା ପୂରଣ କରିବା ସହ ଦେଶରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଆଣିବ।
ଏହି ଅବସରରେ ପିରାମଳ କ୍ୟାପିଟାଲ ଆଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟରାମ ଶ୍ରୀଧରନ କହିଛନ୍ତି ଯେ, “ଗ୍ରାମୀଣ ଭାରତର ବଜେଟ ସଚେତନ ଗ୍ରାହକମାନଙ୍କ ପାଖରେ ଅଧିକ ଋଣ ପହଂଚାଇ ସେମାନଙ୍କୁ ସେବା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ଏହି ମାଇଲଖୁଂଟ ପ୍ରତିଫଳିତ କରୁଛି। ସିଏସସି ସହିତ ଆମର ଏହି ସହଯୋଗିତା ଏହି ଅଂଚଳର ଅର୍ଥପୂର୍ଣ୍ଣ ଆର୍ôଥକ ସୁଯୋଗ ସୃଷ୍ଟି କରିବ ଯାହାକୁ ବିଶେଷ ଧ୍ୟାନ ଦିଆଯାଇନାହିଁ। ଆମେ ଏହି ସହଯୋଗିତାକୁ ସମ୍ପ୍ରସାରଣ କରୁଥିବାରୁ ଉଲ୍ଲସିତ ଯାହା ଯାହା ଅଧିକ ପରିବାରକୁ ଆର୍ôଥକ ଲକ୍ଷ୍ୟ ହାସଲ କରିବା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅଭିବୃଦ୍ଧିରରେ ସହାୟକ ହେବ।”
ସିଏସସି ଏସପିଭିର ଏମଡି ଓ ସିଇଓ ଶ୍ରୀ ସଞ୍ଜୟ ରାକେଶ କହିଛନ୍ତି ଯେ, “ଭାରତ ସରକାରଙ୍କ ଡିଜିଟାଲ ମିସନ ଅଧୀନରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଡିଜିଟାଲ ସେବା ହବ ହେଉଛି ଜନ ସେବା କେନ୍ଦ୍ର (ସିଏସସି)। ଗ୍ରାମୀଣ ନାଗରିକଙ୍କୁ ଆର୍ôଥକ ଉତ୍ପାଦ ଓ ସେବା ପ୍ରଦାନ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ପିରାମଳ ଫାଇନାନ୍ସ ସହିତ ଆମର ସହଯୋଗିତା ଆମର ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି ଯାହା ଆମର ସେବାକୁ ଗ୍ରାମାଚଂଳର ଅନଗ୍ରସର ଅଂଚଳରେ ପହଂଚାଇଛି। ମିଳିତ ଭାବେ ଆମେ ଅଳ୍ପ ସେବା ପାଉଥିବା ଏମଏସଏମଇଙ୍କ ଆର୍ôଥକ ଆବଶ୍ୟକତା ପୂରଣ କରିବା ଏବଂ ଦେଶରେ ଏକ ଆର୍ôଥକ ଅନ୍ତର୍ଭୁକ୍ତ ସମାଜର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛୁ।”
ପିରାମଳ ଫାଇନାନ୍ସ ପକ୍ଷରୁ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ବ୍ୟକ୍ତିବିଶେଷ ଓ ଏମଏସଏମଇଗୁଡ଼ିକୁ ଜନ ସେବା କେନ୍ଦ୍ର ଜରିଆରେ ଏହାର ଋଣ ଉତ୍ପାଦ ପ୍ରଦାନ କରାଯିବ। ଗ୍ରାହକମାନେ ଆବଶ୍ୟକ କାଗଜପତ୍ର ଜରିଆରେ ଜନ ସେବା କେନ୍ଦ୍ରତରେ ଋଣ ପାଇଁ ଆବେଦନ କରିପାରିବେ।


Share It

Comments are closed.