ଦୁର୍ଘଟଣାଗ୍ରସ୍ତ ଉଡାଜାହାଜରୁ ବାହାରି ପ୍ରେମିକା ସହ ଫଟୋ ଉଠାଇଲେ ପାଇଲଟ, ଭିଡିଓ ଭାଇରାଲ


ପ୍ଲେନ କ୍ରାସ ହେବା ଶୁଣିଲେ କେତେ ବା ଡର ନଲାଗେ ? ଯଦି ଏହା ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ତାହା ଶୁଣିବାକୁ ଆହୁରୀ ଭୟଙ୍କର ଲାଗିବ । ତେବେ ନିକଟ କିଛି ଦନ ତଳେ ଏହିଭଳି ଏକ ପ୍ଲେସ କ୍ରାସର ଘଟଣା ଦେଖିବାକୁ ମିଳିଛି, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଚର୍ଚ୍ଚାର ପରିସରକୁ ଆସିବାର କାରଣ ଏହା କି, ପ୍ଲେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ତା’ମଧ୍ୟରେ ଥିବା ପାଇଲଟ ଏବଂ ତାଙ୍କ ପ୍ରେମିକା ସେଠାରୁ ସୁରକ୍ଷିତ ଭାବେ ବାହାରିଲେ ସତ କିନ୍ତୁ ପରେ ଉଭୟ ଯାହା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା ।


ପାଇଲଟ ଏବଂ ତାଙ୍କ ପ୍ରେମିକା ଗଭୀର ସମୁଦ୍ର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ଉକ୍ତ ପ୍ଲେନରୁ ବାହାରି ପରସ୍ପର ସେଲଫି ଉଠାଇବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ ‘ଡର’ ନାମର କୌଣସି ଜିନିଷ ମଧ୍ୟ ନଥିଲା ।

ମିଳିଥିବା ସୂଚନା ମୁତାବକ, ଉକ୍ତ ପାଇଲଟଙ୍କ ନାମ ଡେଭିଡ ଲେସ ଅଟେ । ଡେଭିଡ ଏବଂ ତାଙ୍କ ପ୍ରେମିକା ପ୍ଲେନରେ ଭ୍ରମଣ କରୁଥିବା ସମୟରେ ଉକ୍ତ ସିଙ୍ଗଲ ଇଞ୍ଜନ ପ୍ଲେନର ପାୱାର ଲୋ’ ହୋଇଯିବା ହେତୁ ପ୍ଲେନଟି ସିଧା ଯାଇ ପ୍ରଶାନ୍ତ ମହାସାଗରରେ ପଡିଥିଲା । ଡେଭିଡ ୩୪୦୦୦ ହଜାର ଫୁଟ ଉପରେ ଉଡାଣ କରୁଥିବାବେଳେ ହଠାତ ତାଙ୍କ ପ୍ଲେନର ମିଟର କାମ କରିବା ବନ୍ଦ ହୋଇଯାଇଥିଲା । ପ୍ଲେନଟି ପ୍ରଶାନ୍ତ ମହାସାଗରରେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସେମାନେ ତା’ ମଧ୍ୟରୁ ବାହାରି ଆସିଥିଲେ ।


Share It

Comments are closed.