ଫିଲ୍ମ ରିଲିଜ ନହେବା ପୂର୍ବରୁ ପ୍ରଶଂସା ସାଉଁଟିଲାଣି ‘ଏକ ଲଡକି କୋ ଦେଖା ତୋ ଏସା ଲଗା’


ଅନିଲ କପୁର, ସୋନମ କପୁର, ଆୟୁସ୍ମାନ ଖୁରାନା ଏଭଂ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ଏକ ଲଡକୀ କୋ ଦେଖା ତୋ ଏସା ଲଗା ଫିଲ୍ମଟି ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଚ୍ୟାଲେଞ୍ଜ ପାଇଁ ଆହ୍ୱାନ କରିଛି । ଏହି ଚ୍ୟାଲେଞ୍ଜରେ ବଲିଉଡର ବିଭିନ୍ନ ଷ୍ଟାରଙ୍କ ସହିତ ସାମିଲ ହୋଇଛନ୍ତି ବହୁ ଦର୍ଶକ । ଏହି ଫିଲ୍ମଟି ସେଲି ଚୋପ୍ରା ଧାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବିନୋଦ ଚୋପ୍ରା ଫିଲ୍ମସ ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ । ଫିଲ୍ମଟିର ଟ୍ରେଲର ଏବଂ ପୋଷ୍ଟର ଦର୍ଶକଙ୍କୁ ଆକର୍ଷିତ କରିପାରିଥିବା ବେଳେ ଏହାର ଏହି ସ୍ୱତନ୍ତ୍ର ଚ୍ୟାଲେଞ୍ଜ ଖୁବ ପ୍ରଶଂସା ମଧ୍ୟ ସାଉଁଟି ପାରିଛି । ଏହି ଫିଲ୍ମଟି ଫେବୃଆରୀ ୧ରେ ରିଲିଜ ହେବ ।
ଏହି ଚ୍ୟାଲେଞ୍ଜରେ ଅନିଲ କପୁର ଧର୍ମପତ୍ନୀ ସୁନୀତାଙ୍କ ସମେତ ରାଜ କୁମାର ରାଓ, ଆୟୁସ୍ମାନ ଖୁରାନା, ଶିଳ୍ପା ସେଟ୍ଟୀ ,ରାଜ କୁନ୍ଦ୍ରା, ଜେନେଲିଆ ଦେଶମୁଖ, ରିତେଶ ଦେଶମୁଖ ପ୍ରମୁଖ ନିଜର କପୁଲ ଫଟୋ ଏକ ଲଡକୀ କୋ ଦେଖା ତୋ ଏସା ଲଗା ଟ୍ୟାଗ ଲାଇନ ସହିତ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କେବଳ ବଲିଉଡ ତାରକା ନୁହଁନ୍ତି ବରଂ କିଛି ଦର୍ଶକ ମଧ୍ୟ ନିଜର ପ୍ରେମ କାହାଣୀ ସମ୍ପର୍କରେ ଏହି ଟ୍ୟାଗ ଲାଇନ ସହିତ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।


Share It

Comments are closed.