୧୦ ଲକ୍ଷରୁ ଅଧିକ ବ୍ୟବସାୟୀଙ୍କୁ ଛୁଇଁଲା ଫୋନପେ


ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପେମେଣ୍ଟ ପ୍ଲାଟଫର୍ମ ‘ଫୋନପେ’ ପକ୍ଷରୁ ତାହାର ବ୍ୟବସାୟୀଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି ବୋଲି ଘୋଷଣା କରିଛି । ମାତ୍ର ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଏହା ମାଇଲଷ୍ଟୋନ ହାସଲ କରିବାରେ ସମ୍ଭବପର ହୋଇପାରିଛି । ଏହା ସହ ‘ଫୋନପେ’ ଦେଶର ଉଭୟ ବଡ ସଙ୍ଗଠିତ ରିଟେଲ ଷ୍ଟୋର ସମେତ ଛୋଟ ଏବଂ ମଧ୍ୟମ ଆକାରର ଖୁଚୁରା ଦୋକାନ ଗୁଡିକରେ ଏହି ପ୍ଲାଟଫର୍ମର ଅଦ୍ଭୁତପୂର୍ଣ୍ଣ ଗ୍ରହଣଯୋଗ୍ୟକୁ ପ୍ରତିଫଳିତ କରି ପାରିଛି । ୟୁପିଆଇ ବ୍ୟବଧାନରେ ଅଗ୍ରଗାମୀ ହେବା କାରଣରୁ ଫୋନପେ, ବ୍ୟବସାୟୀଙ୍କୁ ୟୁପିଆଇ, କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଫୋନଫେ ୱାଲଟ ସିହତ ବାହ୍ୟ ୱାଲଟ ପରି ଏକାଧିକ ଉପକରଣ ମାଧ୍ୟମରେ ଉପଭୋକ୍ତାଙ୍କ ଠାରୁ ପେମେଣ୍ଟ ଗ୍ରହଣ କରିବାକୁ ସମର୍ଥ କରେ ।
ଏହି ମାଇଲଷ୍ଟୋନ ହାସଲ କରିବା ଅବସରରେ ‘ଫୋନପେ’ର ଅଫଲାଇନ ସଂଗଠିତ ବ୍ୟବସାୟର ମୁଖ୍ୟ ‘ଯୁବରାଜ ସିଂହ ଶେଖାୱତ’ କହିଛନ୍ତି ଯେ, “ଆମର ଅଫଲାଇନ ବ୍ୟବସାୟରେ ଗୋଟିଏ ବର୍ଷ ମଧ୍ୟରେ ଅସାଧାରଣ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏହା ୧୦ ଲକ୍ଷରେ ଆସିକି ପହଞ୍ଚିଥିବା ହେତୁ ଆମେ ନିଜକୁ ଅତ୍ୟନ୍ତ ଖୁସି ମନେ କରୁଛୁ ।”
ସେହିପରି ‘ଫୋନପେ’ର ଅସଂଗଠିତ ବ୍ୟବସାୟର ମୁଖ୍ୟ ‘ବିବେକ ଲୋହଚେବ’ କହିଛନ୍ତି ଯେ, “ବର୍ଷ ଆରମ୍ଭ ହୋଇସାରିଛି ଏବଂ ଆମେ ଖୁସି ଯେ, ୧୦ ଲକ୍ଷ ବ୍ୟବସାୟୀ ଆମ ଏହି ପ୍ଲାଟଫର୍ମରେ ଅନ-ବୋର୍ଡ ହୋଇସାରିଛନ୍ତି । ”
୨୦୧୮ ରେ ମୁଖ୍ୟ ମେଟ୍ରୋ ସହର ଗୁଡିକରେ ସହିତ ଟାୟର ୧, ୨ ଏବଂ ୩ ସହର ଗୁଡିକରେ ମଧ୍ୟ ଫୋନପେ ଅଫଲାଇନ ବ୍ୟବସାୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି । ଫୋନପେ ଦ୍ୱାରା ପ୍ରଦାନ କରାଯାଇଥିବା ଏକାଧିକ ସୁବିଧାଜନକ ସାମଧାନ ଗୁଡିକ କାରଣରୁ ଏହି ବୃଦ୍ଧି ସମ୍ଭବ ହୋଇପାରିଛି ।


Share It

Comments are closed.