ଫୋନପେ’ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ
ଭୁବନେଶ୍ୱର: ପେମେଂଟ ସେବା, ଡିଜିଟାଲ ବଂଟନ ସେବା ଓ ଆର୍ôଥକ ସେବା ପ୍ରଦାନ କରୁଥିବା ପ୍ରଯୁକ୍ତି କମ୍ପାନି ଫୋନପେ’ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି।
ଫୋନପେ’ ପକ୍ଷରୁ ପ୍ଲାଟଫର୍ମ ଜରିଆରେ ଗ୍ରାହକ ପେମେଂଟ, ମର୍ଚାଂଟ ପେମେଂଟ ଓ ଋଣ ବଂଟନ ଓ ବୀମା ବଂଟନ ସେବା ପ୍ରଦାନ କରାଯାଉଛି। କମ୍ପାନି ଏବେ ସେୟାର ବଜାର ପାଇଁ ଷ୍ଟକ ବ୍ରୋକିଂ ଓ ମ୍ୟୁଚୁଆଲ ଫଣ୍ଡ ବଂଟନ ପ୍ଲାଟଫର୍ମ ଏବଂ ମୋବାଇଲ ଆପ ମାର୍କେଟପ୍ଲେସ ଇଣ୍ଡସ ଆପଷ୍ଟୋରକୁ ଗଠନ ଓ ଦ୍ରୁତ ଗତିରେ ବ୍ୟାପକ କରୁଛି। ଏହାର ପ୍ଲାଟଫର୍ମ ବ୍ୟାପକ ପ୍ରଯୁକ୍ତି ଷ୍ଟାକ୍ ଉପରେ ପର୍ଯ୍ୟବେସିତ ଯାହା ଭରସାଯୋଗ୍ୟ, ବ୍ୟାପକ, ସୁରକ୍ଷିତ ଓ ସୁଲଭ ସେବା ପ୍ରଦାନ କରୁଛି।
କମ୍ପାନିର ଅଫର ଫର ସେଲରେ ଅଂଶଧନକାରୀମାନେ ୫୦,୬୬୦,୪୪୭ ଇକ୍ୱିଟି ସେୟାର ବିକ୍ରି କରିବେ।
୨୦୧୬ରେ ୟୁନିଫାଏଡ ପେମେଂଟ ଇଂଟରଫେସ (ୟୁପିଆଇ)ର ପରୀକ୍ଷାମୂଳକ ଶୁଭାରମ୍ଭ ସହ କମ୍ପାନି ୨୦୧୬ରେ ୟୁପିଆଇ ଭିତିକ ଆପ୍ଲିକେସନ ଆରମ୍ଭ କରିବାରେ ଭାରତର ପ୍ରଥମ ଘରୋଇ ଅଣ ବ୍ୟାଙ୍କ ସଂସ୍ଥା ହୋଇଥିଲା। କମ୍ପାନି ହେଉଛି ଭାରତର ସର୍ବବୃହତ ଡିଜିଟାଲ ପେମେଂଟ ପ୍ଲାଟଫର୍ମ ଯାହା ଗ୍ରାହକ ୟୁପିଆଇ କାରବାରରେ ମୋଟ କାରବାର ଓ ମୋଟ ପେମେଂଟ ମୂଲ୍ୟ ଦୃଷ୍ଟିରୁ ୨୦୨୦ ଡିସେମ୍ବରରୁ ୨୦୨୫ ସେପ୍େଟମ୍ବର ପର୍ଯ୍ୟନ୍ତ ବଜାର ଅଂଶରେ ଅଗ୍ରଣୀ ରହିଛି ବୋଲି ଏନପିସିଆଇ ତଥ୍ୟ ଆଧାରରେ ରେଡସିୟର ରିପୋର୍ଟରେ ଉଲ୍ଲେଖ ରହିଛି। କମ୍ପାନିର ୬୫୭.୫୬ ନିୟୁତ ପଞ୍ଜୀକୃତ ଗ୍ରାହକ ଏବଂ ୪୭.୧୯ ନିୟୁତ ପଞ୍ଜୀକୃତ ମର୍ଚାଂଟ ୨୦୨୫ ସେପ୍େଟମ୍ବର ୩୦ ସୁଦ୍ଧା ରହିଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଗୋଲ୍ଡମ୍ୟାନ ସଚସ (ଇଣ୍ଡିଆ) ସକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ, ଜେଫେରିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ଜେଏମ ଫାଇନାନ୍ସିଆଲ ଲିମିଟେଡ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ଏନଏସଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
Comments are closed.