ଫୋନପେ ପକ୍ଷରୁ ଏହାର ବିଜନେସ୍ ଆପରେ ଭଏସ୍ ନୋଟିଫିକେସନର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ବୃହତମ ଡିଜିଟାଲ ପେମେଂଟ ପ୍ଲାଟଫର୍ମ, ଫୋନପେ ବିଜନେସ୍ ଆପ୍ ପାଇଁ ଏହାର ଆପରେ ୯ରୁ ଉର୍ଦ୍ଧ୍ୱ ଭାରତୀୟ ଭାଷାରେ ଭଏସ୍ ବିଜ୍ଞପ୍ତି ବା ଭଏସ ନୋଟିଫିକେସନ୍ ଆରମ୍ଭ କରିଥିବା ଘୋଷଣା କରିଛି । ଏହି ଭଏସ୍ ବିଜ୍ଞପ୍ତି ବ୍ୟବସାୟର ସବୁଠାରୁ ବ୍ୟସ୍ତ ସମୟଗୁଡ଼ିକରେ ବ୍ୟବସାୟୀଙ୍କୁ ସାହାଯ୍ୟ କରିବ, ଯାହାଦ୍ୱାରା ଗ୍ରାହକ ଦେଉଥିବା ରାଶିର ସୁନିଶ୍ଚିତତାକୁ ଏହା ଘୋଷଣା ମାଧ୍ୟମରେ ସୂଚନା ଦେବ । ଏଥିପାଇଁ ବ୍ୟବସାୟୀଙ୍କୁ କୌଣସି ଗ୍ରାହକଙ୍କ ଫୋନ ଚେକ କରିବା କିମ୍ବା ବ୍ୟାଙ୍କ ଏସ୍‌ଏମ୍‌ଏସ୍‌ର ଅପେକ୍ଷା କରିବାକୁ ପଡ଼ିନଥାଏ ।
ଫୋନପେର ବିଜନେସ ଆପ୍ ୨୦୧୮ରେ ଆରମ୍ଭ ହୋଇଥିଲା ଏବଂ ଏହା ଇଂରାଜୀ, ହିନ୍ଦୀ, ମରାଠି, ଗୁଜୁରାଟି, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ଼, ଓଡ଼ିଆ ଏବଂ ଆସାମୀ ଭାଷାରେ ଉପଲବ୍ଧ । ଏହି ଆପ ବର୍ତମାନ ଭାରତର ୧୦ ମିଲିୟନ ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଏହି ଆପ ବ୍ୟବସାୟୀଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ମାତୃଭାଷାରେ ବିଭିନ୍ନ ଉତ୍ପାଦ ଏବଂ ଶୁଭାରମ୍ଭ ସମ୍ବନ୍ଧରେ ଯୋଗଯୋଗ ପଠାଇଥାଏ । ବ୍ୟବସାୟୀ ଯେବେ ଆପରେ ଅନବୋର୍ଡ଼ କରନ୍ତି, ଫୋନପେ ଫିଲ୍‌ଡ ଟିମ ବିଭିନ୍ନ ଭାଷାରେ ବିଭିନ୍ନ ଉତ୍ପାଦ ଏବଂ ଫିଚର ସମ୍ପନ୍ଧରେ ସେମାନଙ୍କୁ ସୂଚନା ଦେଇଥାନ୍ତି ।
ଏହା ସମ୍ପର୍କରେ ଫୋନପେ, ଅଫଲାଇନ ବିଜନେସ ଡେଭଲପମେଂଟର ଉପାଧ୍ୟକ୍ଷ ଶ୍ରୀ ବିବେକ ଲୋଚେବ କହିଛନ୍ତି ଯେ, “ଆମର ବ୍ୟବସାୟୀମାନଙ୍କୁ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ସାହାଯ୍ୟ କରିବା ନିମନ୍ତେ ବିଜନେସ ଆପ ପାଇଁ ଫୋନପେ ଆପରେ ଆମେ ନୂଆ ନୂଆ ଫିଚର ନିର୍ମାଣ କରିବା ଜାରି ରଖିଛୁ । ଆମର ଏହି ସଦ୍ୟତମ ବହୁଭାଷି ଭଏସ ନୋଟିଫିକେସନ ବ୍ୟବସାୟୀମାନଙ୍କୁ ସେମାନଙ୍କ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମଧ୍ୟ ଗ୍ରାହକଙ୍କ ଦ୍ୱାରା କରାଯାଉଥିବା ପେମେଂଟର ପ୍ରାପ୍ତି ହେବାର ସୁନିଶ୍ଚିତତା ବିଷୟରେ ଭଏସ ମାଧ୍ୟମରେ ସୂଚନା ଯୋଗାଇଦେବ ।”


Share It

Comments are closed.