ଫିଲିପ୍ସ ପକ୍ଷରୁ ଏହାର ପ୍ରଥମ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍‌ଟ୍ରାସାଉଣ୍ଡ ସିରିଜ୍


ଭୁବନେଶ୍ୱର: ରୟାଲ୍ ଫିଲିପ୍ସ ପକ୍ଷରୁ ଏହାର ପୁନେସ୍ଥିତ ହେଲ୍‌ଥକେୟାର ଇନୋଭେସନ ସେଂଟର୍ (ଏଚ୍‌ଆଇସି)ରୁ ନିଜର ପ୍ରଥମ ‘ମେକ୍ ଇନ୍ ଇଣ୍ଡିଆ’ ଆଫିନିଟି ଅଲ୍‌ଟ୍ରାସାଉଣ୍ଡ ମେସିନ୍ ସିରିଜ୍‌କୁ ଘରୋଇ ବଜାରକୁ ଛଡାଯାଇଥିବା ଘୋଷଣା କରାଯାଇଛି । ଏକ ପ୍ରିମିୟମ କ୍ୱାଲିଟି ଅଲ୍‌ଟ୍ରାସାଉଣ୍ଡ ସିଷ୍ଟମ ଆଫିନିଟି ସିରିଜ୍ ହେଉଛି ଦେଶବ୍ୟାପୀ ପ୍ରାୟ ୧୭୦୦ରୁ ଅଧିକ ଇନ୍‌ଷ୍ଟଲେସନ୍ ସହିତ ଫିଲିପ୍ସ ଅଲ୍‌ଟ୍ରାସାଉଣ୍ଡ ପକ୍ଷରୁ ଭାରତର ସର୍ବାଧିକ ସମ୍ମାନିତ ସିରିଜ୍ । ଅଲ୍‌ଟ୍ରାସାଉଣ୍ଡ ସିରିଜ୍‌ର ଏହି ଆଫିନିଟି ସିରିଜ୍ ଡାକ୍ତରମାନଙ୍କୁ କମ୍ ପରିଚାଳନା ଖର୍ଚ୍ଚ ସହିତ ଶୀଘ୍ର ଓ ଦକ୍ଷ ଭାବେ ରୋଗଚିହ୍ନଟ ପାଇଁ ପ୍ରଦର୍ଶନ ଓ କାର୍ଯ୍ୟପ୍ରବାହର ଏକ ଶକ୍ତିଶାଳୀ ମିଶ୍ରଣ ଯୋଗାଇଥାଏ ।
ଆଫିନିଟି ସିରିଜ୍ ବିଭିନ୍ନ ଆପ୍ଲିକେସନ ଯଥା ରେଡିଓଲୋଜି, ଅବ୍‌ଷ୍ଟେଟ୍ରିକ୍ସ ଓ ଗାଇନିକୋଲୋଜି ସହିତ କାର୍ଡିଓଲୋଜି ଆଦିରେ ଏହାର ଉଲ୍ଲେଖନୀୟ ଇମେଜ୍ କ୍ୱାଲିଟି ପାଇଁ ଖୁବ୍ ଲୋକପ୍ରିୟ । ଏହି ନୂତନ ବ୍ୟବସ୍ଥାରେ ଶରୀର ସମ୍ବନ୍ଧିତ ବା ଆନାଟୋମିକାଲି ଇଂଟେଲିଜେଂଟ୍ ଅଲ୍‌ଟ୍ରାସାଉଣ୍ଡ ରହିଛି, ଯାହାକି ଉନ୍ନତ ଗୁଣମାନର ଫଟୋ ଯୋଗାଉଥିବା ଅଟୋମାଟିକ୍ ଆନାଟୋମି ରେକଗ୍‌ନିସନ, କ୍ୱାଂଟିଫିକେସନ ଓ ପ୍ୟୁର୍‌ୱେଭ୍ ଟ୍ରାନ୍ସଡ୍ୟୁସର ଟେକ୍ନୋଲୋଜି ପ୍ରଦାନ କରିଥାଏ । ସ୍ୱାସ୍ଥ୍ୟସେବା କର୍ମୀଙ୍କ ଆହ୍ୱାନଗୁଡିକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଥିବା ଏହି ଆଫିନିଟି ସିରିଜ୍ ବିସ୍ତୃତ ରେଡିଓଲୋଜି ଓ ଓବି/ଜିୱାଇଏନ୍ ପରୀକ୍ଷଣଗୁଡିକୁ ଅଧିକ ଉନ୍ନତ କରିବା ପାଇଁ ଏକ ସହଜ ଓ ଅଧିକ ଅନ୍ତର୍ନିହିତ କାର୍ଯ୍ୟପ୍ରବାହ ସୃଷ୍ଟି କରିଥାଏ ।
ଏ ସମ୍ପର୍କରେ ମତ ରଖି ଫିଲିପ୍ସ ଇଣ୍ଡିଆନ୍ ସବ୍‌କଂଟିନେଂଟ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଉପାଧ୍ୟକ୍ଷ ଡାନିଏଲ ମାଜୋନ୍ କହିଛନ୍ତି ଯେ, “ଭାରତରେ ଉତ୍ପାଦନ ଉପରେ ଭାରତ ସରକାରଙ୍କ ଲକ୍ଷ୍ୟ ସହିତ ମିଳିତ ହୋଇ ଆମେ ନିଜର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ଆଫିନିଟି ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ର ସିପ୍‌ମେଂଟ୍ ଘୋଷଣା କରି ଖୁବ୍ ଗର୍ବ ଅନୁଭବ କରୁଛୁ ।” ଏହା ସ୍ପର୍କରେ ଥାନେ ଅଲ୍‌ଟ୍ରାସାଉଣ୍ଡ ସେଂଟର୍‌ର ନିର୍ଦ୍ଦେଶକ ଡଃ ନିତିନ ଚୌବାଲ (ଏମ୍‌ଡି, ଡିଏମ୍‌ଆର୍‌ଡି) କହିଛନ୍ତି ଯେ, “ଆମର ସମସ୍ତ ଟିମ୍ ଏହି ଉପଭୋକ୍ତା ଅନୁକୂଳ ମେସିନ୍‌ଗୁଡିକର କ୍ଷମତା ପ୍ରତି ଖୁବ୍ ଖୁସି ଯାହାକି ସମସ୍ତ ଆପ୍ଲିକେସନକୁ ଅନ୍ତର୍ଭୁକ୍ତ କରି ଯେକୌଣସି ପ୍ରକାରର ସ୍କାନ୍ କରିବାକୁ ସକ୍ଷମ ।”


Share It

Comments are closed.