ଆଜିଠାରୁ ଆରମ୍ଭ ହେଉଛି ଅକ୍ସଫୋର୍ଡ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ମାନବ କ୍ଲିନିକାଲ ପରୀକ୍ଷଣ


ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ), ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ସମ୍ଭାବିତ କୋଭିଡ-୧୯ ଟୀକାର ମାନବ ତଥା କ୍ଳିନିକାଲ ପରୀକ୍ଷଣ ମଙ୍ଗଳବାରଠାରୁ ଆରମ୍ଭ କରାଯାଉଛି । ସୂତ୍ରରୁ ଜଣାପଡ଼ିଛି ଯେ ‘କୋଭିସିଲ୍‌ଡ’ର ସୁରକ୍ଷା ଓ ରୋଗପ୍ରତିରୋଧକ କ୍ଷମତା ଯାଂଚ କରିବା ପାଇଁ ପୁନେ ସ୍ଥିତ ଭାରତୀ ବିଦ୍ୟାପୀଠ ଚିକିତ୍ସା ମହାବିଦ୍ୟାଳୟ ଏବଂ ହସ୍ପିଟାଲରେ ସୁସ୍ଥ ବୟସ୍କ ଭାରତୀୟଙ୍କ ଉପରେ ନିୟନ୍ତ୍ରିତ ଅଧ୍ୟୟନ କରାଯିବ ।

ଉଲ୍ଲେଖନୀୟ କଥା ଯେ ଅକ୍ସଫୋର୍ଡ ବିଦ୍ୟାଳୟ ଓ ବ୍ରିଟିଶ-ସ୍ୱେଡିଶ କମ୍ପାନୀ ଏଷ୍ଟ୍ରୋଜେନିକା ଦ୍ୱାରା ବିକଶିତ ଏହି ସମ୍ଭାବିତ କୋଭିଡ-୧୯ ଟୀକା ଉତ୍ପାଦନରେ ଏସଆଇଆଇ ସହବନ୍ଧିତା କରୁଛି । ଏସଆଇଆଇର ସରକାରୀ ତଥା ନିୟାମକ ବ୍ୟାପାର ମାମଲାରେ ଅତିରିକ୍ତ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ କହିଛନ୍ତି ଯେ ଆମକୁ କେନ୍ଦ୍ରିୟ ମାନକ ଏବଂ ନିୟନ୍ତ୍ରଣ ସଂଗଠନରୁ ସମସ୍ତ ମଞ୍ଜୁରୀ ମିଳିଯାଇଛି । ଆମେ ୨୫ ଅଗଷ୍ଟରୁ ଭାରତୀ ବିଦ୍ୟାପୀଠ ଚିକିତ୍ସା ମହାବିଦ୍ୟାଳୟ ଏବଂ ହସ୍ପିଟାଲରେ ମାନବ କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛୁ ।


Share It

Comments are closed.