ଟାଙ୍କିରେ ତେଲ ପକାଇବା ସମୟରେ ଆପଣ ଠକାମିର ଶୀକାର ହେଉଛନ୍ତି କି ! ତେବେ ଏହି ଦିଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ


ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିଛି । ତେବେ ଜନତାଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ନିୟମ କାନୁନ ଜାରି କରାଯିବା ସତ୍ତେ୍ୱ ବି ବଜାରରେ ପେଟ୍ରୋଲ ଏବଂ ଡିଜେଲକୁ ଚଢା ଦରରରେ ବିକ୍ର କରାଯାଉଛି । ଖାଲି ଯେ ପେଟ୍ରୋଲ ଏବଂ ଡିଜେଲର ଦରଦାମରେ ବୃଦ୍ଧି ପରିଲକ୍ଷିତ ହେଉଛି ତାହା ନୁହେଁ ବରଂ ବୋଝ ଉପରେ ଲଳିତା ବିଡା ସଦୃଶ ଚଢାଦରରେ ପେଟ୍ରୋଲ ଡିଜେଲ ଭରିବା ସମୟରେ ଲୋକ ଅନେକ ଠକାମିର ଶୀକାର ହେଉଥିବାର ଅନେକ ଅଭିଯୋଗ ମଧ୍ୟ ଆଶିଛି ।
ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି କିଛି କାରଣ ସଂପର୍କରେ ଜଣାଇବାକୁ ଯାଉଛୁ , ଯାହାକି ଆପଣଙ୍କୁ ନିହାତି ଜାଣିଥିବା ଦରକାର ନଚେତ ଭବିଷ୍ୟତରେ ଆପଣେ ମଧ୍ୟ ଏହି ଠକାମିର ଶୀକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ସଂପର୍କରେ ।
ସବୁବେଳେ ରିଜର୍ଭ ପୂର୍ବରୁ ତେଲ ଭରନ୍ତୁ
ବହୁତ କମ ଲୋକ ଏକଥା ଜଣାଥିବ କି, ଖାଲି ଟାଙ୍କିରେ ପେଟ୍ରୋଲ ଭରିବା ଦ୍ୱାରା କ୍ଷତି ହୋଇଥାଏ । ଯାହାର ଏକମାତ୍ର କାରଣ ହେଉଛି, ଯେତେ ଖାଲି ଆପଣଙ୍କ ଟାଙ୍କି ରହିବ ସେତିକି ପବନ ସେହି ଟାଙ୍କିରେ ଭରି ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଯେତେବେଳେ ବି ତେଲ ଭରିବେ ସେତେବେଳେ ଟାଙ୍କିରେ ପେଟ୍ରୋଲ ମାତ୍ରା କମ ରହିବା ସହ ପବନ ମାତ୍ରା ଅଧିକ ରହିଥାଏ । ତେଣୁ ଏଥିପାଇଁ କେବେ ହେଲେ ବି ତେଲ ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ।
ରହି ରହି ମିଟର ଚାଲୁଥିଲେ 
ଅଧିକାଂଶ ସମୟରେ ଆପଣ ଦେଖୁଥିବେ ତେଲ ଭରିବା ସମୟରେ ମିଟର ରହି ରହି ଚାଲୁଥାଏ । ଯଦିଓ ଧିରେ ଧିରେ କରି ଆପଣଙ୍କୁ ଏପରି ତେଲ ଦିଆଯାଉଥାଏ । ତେବେ ମିଳିଥିବା ସୂଚନା ମୁତାବକ ବାରମ୍ବାର ମିଟର ଅଟକିବା କରାଣରୁ ପେଟ୍ରୋଲ ନଷ୍ଟ ହୋଇଯାଇଥାଏ । ତେଣୁ ଯଦି କୌଣସି ପେଟ୍ରୋଲ ପମ୍ପରେ ଆପଣଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଥାଏ ତେବେ ସେଠାରେ ଆଦୌ ତେଲ ପକାନ୍ତୁ ନାହିଁ ।

ମିଟରରୁ ନଜର ହଟାନ୍ତୁ ନାହିଁ
ଅଧିକାଂଶ ଲୋକ ଯେତେବେଳେ ନିଜ କାରରେ ଡିଜେଲ କିମ୍ବା ପେଟ୍ରୋଲ ପକାଇଥାନ୍ତି, ସେତେବେଳେ ସେମାନେ ଅନ୍ୟମନସ୍କ ଥାନ୍ତି ଏବଂ ମିଟର ଉପରେ ନଜର ପକାନ୍ତି ନାହିଁ । ଯାହାର ଫାଇଦା ଉଠାଇଥାନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ ମାନେ । ପେଟ୍ରୋଲ ଭରିବା ସମୟରେ ସେମାନେ ଅଳ୍ପ ଟଙ୍କାର ତେଲ ପକାଇ ଅଧିକ ଟଙ୍କାର ତେଲ ପକାଇଥିବାର ଦାବୀ କରିଥାନ୍ତି । ତେଣୁ ଏଭଳି ପରିସ୍ଥିତିରେ ତେଲ ପକାଇବା ସମୟରେ କାରରୁ ଓହ୍ଲାନ୍ତୁ ଏବଂ ମିଟର ଉପରେ ନଜର ପକାନ୍ତୁ ।
ସବୁବେଳେ ଜିରୋ ଦେଖି ପେଟ୍ରୋଲ ଭରନ୍ତୁ
ଏପରି ବି ହୋଇପାରେ ଆପଣଙ୍କ କଥା ଆଳରେ ପଡି ପେଟ୍ରୋଲ ପମ୍ପର କର୍ମଚାରୀମାନେ ମିଟରରେ ଜିରୋ ତ ଦେଖାଇଥାନ୍ତି ସତ, ମାତ୍ର ଆପଣଙ୍କ ଦ୍ୱାରା ମଗାଯାଇଥିବା ପେଟ୍ରୋଲ ମୂଲ୍ୟ ସେଟ କରିନଥାନ୍ତି । ଆଜିକା ଦିନରେ ସମସ୍ତ ପେଟ୍ରୋଲ ପମ୍ପରେ ଡିଜିଟାଲ ମିଟିର ଲାଗାଯାଇଛି । ଯେଉଁଥିରେ ଆପଣଙ୍କ ଦ୍ୱାରା ମଗାଯାଇଥିବା ପେଟ୍ରୋଲ ଫିଗର ଏବଂ ମୂଲ୍ୟ ପୂର୍ବରୁ ଭରାଯାଇଥାଏ । ଏହା ଦ୍ୱାରା ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କର ମନମାନି ଏବଂ ଚିଟିଂ କରିବାର କାରନାମା କିଛି ମାତ୍ରରେ କମ ହୋଇଥାଏ ।
ମିଟରର ବେଗ ବୃଦ୍ଧି ପାଇଲେ
ଆପଣ ପେଟ୍ରୋଲ ଅର୍ଡର କରିଛନ୍ତି କିନ୍ତୁ ମିଟର ବେଗ ଦ୍ରୁତ ଗତିରେ ବଢିଚାଲିଛି । ଯଦି ଏଭଳି ଦୃଶ୍ୟ ନଜର ଆସୁଛି ତେବେ ଜାଣିଯାଆନ୍ତୁ କି ନିଶ୍ଚୟ କିଛି ଗଢବଡ ଅଛି । ଏଭଳି ପେଟ୍ରୋଲପମ୍ପର କର୍ମଚାରୀଙ୍କୁ ସ୍ପିଡ ନର୍ମାଲ କରିବାକୁ କୁହନ୍ତୁ .ା


Share It

Comments are closed.