ଖୁବ ଶୀଘ୍ର ଆପଣଙ୍କ ସହରରେ ୧୦୦ ଛୁଇଁବ ପେଟ୍ରୋଲ ଦର


ପେଟ୍ରୋଲ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ଚତୁର୍ଥ ଥର ପାଇଁ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଦର ବଢାଇଛନ୍ତି । ଶୁକ୍ରବାର ଦିନ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୩୮ ପଇସା ବୃଦ୍ଧି ପାଇଛି । ଏହା ପରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ଦର ଲିଟର ପିଛା ୧୦୧.୪୫ରେ ପହଞ୍ଚି ଥିବାବେଳେ ସେପଟେ ସାଧାରଣ ପେଟ୍ରୋଲ ମଧ୍ୟ ୧୦୦ ଟଙ୍କା ଠାରୁ ୧ ଟଙ୍କା ୩୩ ପଇସା କମ ରହିଛି ।
ପ୍ରକାଶ ଥାଉକି, ଦିଲ୍ଲୀରେ ପେଟ୍ରୋଲ ଦର ୮୮.୧୪ ଟଙ୍କା ଏବଂ ଡିଜେଲ ୭୮.୩୮ ଟଙ୍କା ରହିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଦର ୯୪.୬୪ ଟଙ୍କା ଡିଜେଲ ଦର ୮୫.୩୨, ଚେନ୍ନାଇରେ ପେଟ୍ରୋଲ ୯୦.୪୪ ଟଙ୍କା ଡିଜେଲ ୮୩.୫୨, ଓଡିଶାରେ ପେଟ୍ରୋଲ ଦର ୮୮.୫୪ ଟଙ୍କା ଏବଂ ଡିଜେଲ ଦର ୮୫.୪ ଟଙ୍କା ରହିଛି । ଗତ ଚାରି ଦିନ ହେବ ଉଭୟ ପେଟ୍ରୋଲ-ଡିଜେଲ ଦରରେ ୧.୨୦ ଟଙ୍କା ବୃଦ୍ଧି ପାଇଛି ।
ସେପଟେ କେନ୍ଦ୍ର ସରକାର ତୈଳ ଉତ୍ପାଦ ଉପରେ ଏକ୍ସସାଇଜ ଡିୟୁଟି ଲାଗୁ କରି ୨୦୧୯-୨୦ରେ ୩.୩୪ କୋଟି ଆୟ କରିଛନ୍ତି । ମଇ ୨୦୧୪ରେ ମୋଦି ସରକାର ଯେତେବେଳେ ପ୍ରଥମ ଥର ପାଇଁ ଶାସନ ଭାର ଗ୍ରହଣ କରିଥିଲେ ସେତେବେଳେ ୨୦୧୪-୧୫ରେ ଏକ୍ସସାଇଜ ଡିୟୁଟି୧.୭୨ କୋଟି ଆୟ କରିଥିଲେ । ଅର୍ଥାତ ୫ ବର୍ଷରେ ଏହା ଦୁଇ ଗୁଣା ହୋଇଯାଇଛି ।


Share It

Comments are closed.