ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କେଉଁଠି କେତେ ରହିଛି ଏହାର ମୂଲ୍ୟ ଜାଣନ୍ତୁ


ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦାମ ବଢାଇବା ଜାରି ରଖିଛନ୍ତି । ଘରୋଇ ବଜାରରେ ୪୮ ଦିନର ସ୍ଥିରତା ପରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୭ ପଇସା ଏବଂ ଡିଜେଲ ୧୮ ପଇସା ବୃଦ୍ଧି ଘଟିଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ୮୧.୫୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୧.୨୫ ଟଙ୍କା ରହିଛି। ଏହା ପୂର୍ବରୁ ଶନିବାର ପେଟ୍ରୋଲ ଲିଟର ପ୍ରତି ୮ ପଇସା, ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ଘଟିଥିଲା। ସୂଚନାଯୋଗ୍ୟ, ପ୍ରତି ଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ୍‌ ଦାମରେ ପରିବର୍ତ୍ତନ ଘଟିଥାଏ। ସକାଳ ୬ଟାରେ ନୂତନ ଦାମ ଲାଗୁ ହୋଇଥାଏ। ପେଟ୍ରୋଲ ଓ ଡିଜେଲ୍‌ ଦାମରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଟ୍ୟାକ୍ସ ଯୋଡିବା ପରେ ଏହାର ଦାମ ପାଖାପାଖି ୨ ଗୁଣ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପେଟ୍ରୋଲ ଦାମ ସେପ୍ଟେମ୍ବର ୧ରେ ବୃଦ୍ଧି ଘଟିଥିଲା। ଏହା ପରଠୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ତୈଳ ଦର ସ୍ଥିର ରହିଥିଲା।


Share It

Comments are closed.