ପାକିସ୍ତାନରେ ପେଟ୍ରୋଲ ଲିଟର ପିକେଆର ୨୬୦ ରେ ପହଞ୍ଚିଲା
ପାକିସ୍ତାନ ପ୍ରଧାନମନ୍ତ୍ରୀ ସେଜବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ପୁଣି ଥରେ ଦେଶରେ ପେଟ୍ରୋଲ ଦର ବୃଦ୍ଧି କରିଛି । ଏହି ନୂଆ ଦର ୧୫ ଦିନ ପାଇଁ ବଳ ବତ୍ତର ରହିବ । ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ପିକେଆର ୪.୮୦ ବୃଦ୍ଧି ଘଟିଛି । ଯାହା ଫଳରେ ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ବର୍ତ୍ତମାନ ୨୫୮.୪୩ ରହିଛି । ହାଇ ସ୍ପିଡ ପେଟ୍ରୋଲ ଦର ପିକେଆର ୭.୯୫ ବଢିଥିବାବେଳେ ଏହାର ମୂଲ୍ୟ ବର୍ତ୍ତମାନ ୟୁଏସଡି ୨୬୨.୫୯/୧ ରହିଛି । ଅତିରିକ୍ତ ମୂଲ୍ୟ ବୃଦ୍ଧି ସରକାରଙ୍କ ନିୟମିତ ଭାବରେ ସାଧାରଣ ଇନ୍ଧନ ସଂଗ୍ରହକୁ ପ୍ରତିନିଧିତ୍ୱ କରେ । ପରବର୍ତ୍ତୀ ସମୀକ୍ଷା ପରେ ନୂଆ ବିଜ୍ଞପ୍ତି ନ ଆସିବା ପାଇଁ ପର୍ଯ୍ୟନ୍ତ ଏହି ପେଟ୍ରୋଲ ଦର ବୃଦ୍ଧିକୁ ତୁରନ୍ତ ଲାଗୁ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପେଟ୍ରୋଲ ଦର ବୃଦ୍ଧି ପାକିସ୍ତାନରେ ଦୈନଦିନ ଜୀବନଯାପନକୁ ଖୁବ ପ୍ରଭାବିତ କରିବ ମୁଖ୍ୟତଃ ଭାବରେ ପରିବହନ ଉପରେ ନିର୍ଭର ଥିବା ସମସ୍ତ ଗମନାଗମନ ଓ ଖାଦ୍ୟ ପାଦାର୍ଥ ଖୁବ ପ୍ରଭାବିତ ହେବ ।
Comments are closed.