ପେପ୍‌ସିକୋ ଇଣ୍ଡିଆ ଓ ଏୟାରଟେଲର ସ୍ୱତନ୍ତ୍ର ପାର୍ବଣ ଅଫର


ଭୁବନେଶ୍ୱର: ପେପ୍‌ସିକୋ ଇଣ୍ଡିଆ ଏହାର ସମସ୍ତ ସ୍ନାକ୍ସ ବ୍ରାଣ୍ଡଗୁଡ଼ିକରେ ଏକ ପ୍ରମୋ ଅଫରର ଶୁଭାରମ୍ଭ କରିବା ପାଇଁ ଏୟାରଟେଲ ସହିତ ହାତ ମିଳାଇଛି, ଯାହାକି ସମସ୍ତ ଏୟାରଟେଲ ପ୍ରିପେଡ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ଅଭିଜ୍ଞତା ନେଇଆସିଛି । ବର୍ତମାନ ସମୟରେ ଡାଟାର ବଢ଼ୁଥିବା ଗୁରୁତ୍ୱ ଓ ବ୍ୟବହାର ବ୍ୟତୀତ ଘରୋଇ ବ୍ୟବହାର କ୍ଷେତ୍ରରେ ମଧ୍ୟ ଉେଲ୍ଲେଖନୀୟ ବୃଦ୍ଧି ଦେଖାଦେଉଛି । ଅର୍ଥାତ ଲୋକମାନେ ଘରେ ସେମାନଙ୍କ ପରିବାର ସହ ଅଧିକ ସମୟ ବିତାଉଥିବାରୁ ସ୍ନାକ୍ସକୁ ନେଇ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଏହି ପାର୍ବଣ ଅଫର ସହିତ ଗ୍ରାହକମାନେ ଲେଜ, କୁର୍‌କୁରେ, ଅଙ୍କଲ୍ ଚିପ୍‌ସ ଏବଂ ଡେରିଟୋଜର ୧୦ ଟଙ୍କାର ପ୍ୟାକେଟ କ୍ରୟରେ ୧ ଜିବି ଏବଂ ୨୦ଟଙ୍କାର ପାକେଟରେ ୨ଜିବି ପର୍ଯ୍ୟନ୍ତର ମାଗଣା ଏୟାରଟେଲ ଡାଟା ପାଇପାରିବେ ଏବଂ ପ୍ରତି ସ୍ୱତନ୍ତ୍ର ନମ୍ବର ପିଛା ୩ଥର ଏହି ଅଫରକୁ ରିଡିମ କରିପାରିବେ ।
ଏହି ଅଫରକୁ ପାଇବା ପାଇଁ ଗ୍ରାହମାନଙ୍କୁ କେବଳ ପ୍ୟାକେଟ ପଛପଟେ ଥିବା ମାଗଣା ଡାଟା ଭାଉଚର କୋଡ଼କୁ ଚେକ କରିବାକୁ ପଡ଼ିବ ଏବଂ ଅଫରଟିକୁ କ୍ଲେମ କରିବାପାଇଁ ଏୟାରଟେଲ ଥ୍ୟାଙ୍କସ ଆପ୍‌ରେ ‘ମାଇଁ କୁପନ’ ବିଭାଗରେ ଯାଇ ଭାଉଚର କୋଡ଼ଟିକୁ ଏଂଟର କରିବାକୁ ପଡ଼ିବ । ଏହି ନୂତନ ଅଫର ଆସନ୍ତା ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୈଧ ଅଟେ । ଥରେ ଉପଭୋକ୍ତା ସେମାନଙ୍କ କୋଡ଼ ପାଇଗଲେ ଡାଟା ତୁରନ୍ତ କିମ୍ବା ପରବର୍ତୀ ସୁବିଧା ଓ ଆବଶ୍ୟକତା ପରେ ଆସନ୍ତା ବର୍ଷ ଜାନୁଆରୀ ୩୧ ପର୍ଯ୍ୟନ୍ତ ରିଡିମ କରାଯାଇପାରିବ । ଏହା ସମ୍ପର୍କରେ ଶାଶ୍ୱତ ଶର୍ମା, ଚିଫ ମାର୍କେଟିଙ୍ଗ ଅଫିସର, ଭାରତୀ ଏୟାରଟେଲ କହିଛନ୍ତି ଯେ, “ପେପ୍‌ସିକୋ ସହ ସହବନ୍ଧିତା କରି ଏହାର ସମସ୍ତ ଗ୍ରାହକମାନଙ୍କୁ ଆମର ପୁରସ୍କାର ବିଜୟୀ ୪ଜି ଡାଟା ସେବାର ଅଭିଜ୍ଞତା ନେବାରେ ସାହାଯ୍ୟ କରିବା ପାଇଁ ଆମେ ଉତ୍ସାହିତା” ସେହିଭଳି ଡାଇଲେନ ଗାନ୍ଧୀ, ବରିଷ୍ଠ ନିର୍ଦ୍ଦେଶକ-ବିଭାଗ ମୁଖ୍ୟ-ଖାଦ୍ୟ, ପେପ୍‌ସିକୋ ଇଣ୍ଡିଆ କହିଛନ୍ତି ଯେ, “ଆମର ଏହି ପ୍ରମୋ ଅଫର ମାଧ୍ୟମରେ ଆମର ଉତ୍ପାଦଗୁଡ଼କ କ୍ରୟ ଉପରେ ଏୟାରଟେଲର ପ୍ରିପେଡ ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ୪ଜି ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବା ନିମନ୍ତେ ଆମେ ବେଶ ଆନନ୍ଦିତ ।”


Share It

Comments are closed.