ଲକ୍‌ଡାଉନ୍‌ରେ ଘରେ ବନ୍ଦ ରହିବା ଯୋଗୁଁ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି: ବିଶେଷଜ୍ଞ


କରୋନା ଭାଇରସ୍ ମହାମାରୀ କାରଣରୁ ଲୋକଙ୍କୁ ଏବେ ସଂକ୍ରମଣ, ବେରୋଜଗାରୀ ଓ ଆର୍ଥିକ ସମସ୍ୟା ଭଳି ଆଶଙ୍କା ଚିନ୍ତିତ କରୁଛି । ଏଥିସହିତ ସେମାନଙ୍କୁ ଅନେକ ପ୍ରକାରର ମାନସିକ ଚାପର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ପରିବେଶ ଭୟଭୀତ ହେବା, ଅସ୍ଥିରତା, ଏକୁଟିଆ ଲାଗିବା ଓ ଡିପ୍ରେସନ ଭଳି ବଡ ସମସ୍ୟା ସୃଷ୍ଟି କରିପାରେ । ଫୋର୍ଟିସ୍ ନ୍ୟାସ୍‌ନାଲ ମେଂଟାଲ ହେଲ୍‌ଥ ପ୍ରୋଗ୍ରାମର ମାନସିକ ସ୍ୱାସ୍ଥ୍ୟ ଓ ବ୍ୟବହାର ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଡଃ ସମୀର ପାରିଖ୍ ଲକ୍‌ଡାଉନ୍ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ବନ୍ଦ ରହିବା ଦ୍ୱାରା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ତାହାର କ’ଣ ପ୍ରଭାବ ପଡିବ, ସେସମ୍ପର୍କରେ ମତବ୍ୟକ୍ତ କରିଛନ୍ତି ।
ତାଙ୍କ କହିବା ଅନୁସାରେ, ଯଦି ଲୋକଙ୍କ ହାରାହାରି ବୟସ ପ୍ରାୟ ୭୫ ବର୍ଷ ହୋଇଥାଏ ତେବେ ତାଙ୍କ ପାଇଁ ୨୧ ଦିନର ଲକ୍‌ଡାଉନ୍ ବିଶେଷ କିଛି ପ୍ରଭାବ ପକାଇବ ନାହିଁ । ଏକ ଏକ ଅଦ୍ଭୁତପୂର୍ବ ସ୍ଥିତି ଯାହାକୁ ଏବେ ସମଗ୍ର ବିଶ୍ୱ ସାମ୍‌ନା କରୁଛି । ତେଣୁ ଏଭଳି ସ୍ଥିତିରେ ସ୍ୱଳ୍ପ ମାନସିକ ଚାପ ଓ ନିଜ ପରିଜନଙ୍କ ସୁରକ୍ଷାର ଚିନ୍ତା କରିବା ସାଧାରଣ କଥା ଅଟେ । ତେଣୁ ଆମକୁ ସକାରାତ୍ମକତା ଓ ରଚନାତ୍ମକତା ସହ ନିଜକୁ ସଂଯୋଗ କରିବାକୁ ହେବ । ଏଭଳୀ ମହାମାରୀ ସ୍ଥିତିରେ ଲୋକେ ଅନିଶ୍ଚିତତା ଅନୁଭବ କରିଥାନ୍ତି । ଏସମୟରେ ଦୁଃଖ, ଚାପ, ଭ୍ରମ ଓ ଭୟର ଭାବନା ଏକୁଟିଆପଣକୁ ପ୍ରୋତ୍ସାହିତ କରିଥାଏ । ତେଣୁ ଏହାକୁ ଦୂର କରିବା ଲାଗି ନିଜ ବିଶ୍ୱସ୍ତ ଓ ଆତ୍ମୀୟଙ୍କ ସହ କଥା ହୁଅନ୍ତୁ । ବନ୍ଧୁ ଓ ପରିବାର ଲୋକଙ୍କ ସମ୍ପର୍କରେ ରୁହନ୍ତୁ ଓ ସୁସ୍ଥ ଜୀବନଶୈଳୀକୁ ଆପଣାନ୍ତୁ । ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ରହିଲେ ଆପଣଙ୍କ ମନରେ ବେକାର କଥା ଆସିବ ନାହିଁ । କରୋନା ଭୂତାଣୁ ସଂକ୍ରମଣରୁ ବଂଚିବା ପାଇଁ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିବାକୁ ହେବ । କାରଣ ଏହି ସାମାନ୍ୟ ଚିନ୍ତା ଆମକୁ ବଡ ଚିନ୍ତାରୁ ସୁରକ୍ଷିତ ରଖିବ । ଆପଣ ଯଦି ଭାବନାତ୍ମକ ଅନିଶ୍ଚିତତାର ସାମ୍‌ନା କରୁଥାନ୍ତି ତେବେ କୌଣସି ପରାମର୍ଶଦାତାଙ୍କ ସହ ସମ୍ପର୍କ କରନ୍ତୁ । ସେହିପରି ବର୍ତମାନର ସ୍ଥିତି ଆତ୍ମସନ୍ଧାନର ଏକ ସୁଯୋଗ ପ୍ରଦାନ କରୁଛି । ମାନସିକ ଚାପ ଓ ଅବସାଦରୁ ଦୂରେଇ ରହିବା ପାଇଁ ପୁସ୍ତକ ପଢିବା, ବ୍ୟାୟାମ କରିବା, ଲେଖିବା, ଚିତ୍ର ଆଙ୍କିବା ଭଳି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ଲକ୍‌ଡାଉନ ଯୋଗୁଁ ବ୍ୟବସାୟ, ଚାକିରି, ଆୟ, ସଂଚୟ ଓ ମୌଳିକ ସଂଶାଧନ ଆଦି ହରାଇବାର ଭୟ କାରଣରୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସକ୍ଷମ ଲୋକମାନେ ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କୁ ସହଯୋଗ ପାଇଁ ଆଗେଇ ଆସିବା ଉଚିତ ଓ ମିଳିତ ଭାବେ ଏହି ସଙ୍କଟର ମୁକାବିଲା କରିବା ଉଚିତ ।


Share It

Comments are closed.