ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ, ଗୁଗୁଲ କହିଲା ସେ କୌଣସି ଜୁଆ ଖେଳ ଆପକୁ ଅନୁମତି ଦେବ ନାହିଁ


ଗୁଗୁଲର ପ୍ଲୋ ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍। ଏହା ଉପରେ ଗୁଗୁଲ କହିଛି ଯେ, ସେ କୌଣସି ବି ଗ୍ୟାମ୍ଭଲିଂ(ଜୁଆ ଖେଳୁଥିବା) ଆପର ସମର୍ଥନ କରିବ ନାହିଁ। ପେଟିଏମ୍ ଓ ୟୁପିଆଇ ଆପ୍ One97 Communication Ltd. ଦ୍ୱାରା କରାଯାଇଛି। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବାରେ ଦେଖିପାରିବେ ନାହିଁ। ଫଳରେ ପୂର୍ବରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଇନଷ୍ଟଲଡ୍ ହୋଇଥିବା ଆପ୍ କାମ କରୁଛି।

ପେଟିଏମ୍ ପେମେଣ୍ଟ ଆପ୍ ବ୍ୟତୀତ କମ୍ପାନୀର ଅନ୍ୟ ଆପ୍ସ- Paytm for business, Paytm money, Paytm mall ଆଦି Google Play Store ରେ ଏବେ ବି ଉପଲବ୍ଧ ରହିଛି। ତେବେ ଏବେ Paytm  ପକ୍ଷରୁ ଏହି ଆପର Google Play Store ରୁ ରିମୁଭ କରାଯିବା ସମ୍ପର୍କରେ କୌଣସି ବୟାନ ଆସିନାହିଁ। ଗୁଗୁଲର Suzanne Frey ର ଉପାଧ୍ୟକ୍ଷ ଲେଖିଛନ୍ତି, ଆମେ ଅନଲାଇନ୍ କ୍ୟାସିନୋର ଅନୁମତି ଦେଇପାରିବା ନାହିଁ କିମ୍ବା କୌଣସି ମଧ୍ୟ ଏଭଳି ଅନିୟମିତତା ଜୁଆ ଆପ୍ସର ସମର୍ଥନ କରେନି, ଯାହା ଖେଳ ବେଟିଂର ସୁବିଧାକୁ ପ୍ରଦାନ କରୁଛି।


Share It

Comments are closed.