ମହାମାରୀ ସମୟରେ ମାସ୍କ ପିନ୍ଧିବା ବେଳେ ଏହିସବୁ ଜିନିଷ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ, ଦେଖାଦେବନି ସମସ୍ୟା


ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ବରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ବାରା ଏହି ଜୀବାଣୁ ଶରୀରରେ ପହଞ୍ଚିବ ନାହିଁ। ବାହାର ଖାଦ୍ୟ ପାନୀୟ ସହ ସାମାଜିକ ଦୂରତା ସହ ସାନିଟାଇଜର ମଧ୍ୟ ବ୍ୟବହାର କରିବା । ଏହା ବ୍ୟତୀତ ମାସ୍କ ପିନ୍ଧିବା ଦ୍ବାରା ମଧ୍ୟ କେବଳ କରୋନା ଭାଇରସ୍ ହିଁ ନୁହଁ ସମସ୍ତ ଭାଇରସ୍‌ ଠାରୁ ବଞ୍ଚି ପାରିବା । ସେଥିପାଇଁ ଏହି ମହାମାରୀ ସମୟରେ ମାସ୍କ ବର୍ତ୍ତମାନ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । ମାସ୍କ ପିନ୍ଧିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ କାହିଁକି ନା ଭାରତ ପରି ବହୁ ଜନସଂଖ୍ୟା ବିଶିଷ୍ଟ ଦେଶରେ ସାମାଜିକ ଦୂରତା ଅନୁସରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କୋଭିଡ ସମୟରେ ସଠିକ୍ ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣ ବାହାରକୁ ଯିବାବେଳେ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଏକ ମାସ୍କ ପିନ୍ଧିବାକୁ ପଡିଥାଏ । ମାସ୍କ ପିନ୍ଧିବାରେ ଅନେକ ସମସ୍ୟା ମଧ୍ୟ ହୋଇଥାଏ । ଟାଇଟ୍ ମାସ୍କ ପିନ୍ଧିବା ଦ୍ବାରା ସାଧାରଣ ସମସ୍ୟା ଚର୍ମର କ୍ଷତି ଏବଂ ମାସ୍କ ଅଞ୍ଚଳରେ ବ୍ରଣ ବୃଦ୍ଧି ହେବା ଭଳି ଅନେକ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ, ମାସ୍କ ଲଗାଇବା ପୂର୍ବରୁ ଆପଣ କେଉଁ ସତର୍କତା ଅବଲମ୍ବନ କରିବେ ତାହା ବିଷୟରେ ଆସନ୍ତୁ ଜାଣିବା ।

ଅଧିକ ସମୟ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ – ଆପଣ ଏଭଳି ପ୍ରକାରର ମାସ୍କ ପିନ୍ଧନ୍ତୁ ଯେପରି ଚର୍ମକୁ ଆଘାତ ନକରିବ ନାକ, ଏବଂ ପାଟି ସଠିକ୍ ଭାବରେ ଘୋଡାଇବା ରଖି ହେଉଥିବା ଉଚିତ୍‌ । ସେହି ସମୟରେ, ମନେରଖନ୍ତୁ ଯେ ଏହା ଅଧିକ ଟାଇଟ୍‌ ନହେଉଥିବ । ଯେତେବେଳେ ଆପଣ ଏହାକୁ ପିନ୍ଧିବା ଆବଶ୍ୟକ ମନେକରନ୍ତି ନାହିଁ ସେତେବେଳେ ମାସ୍କ ବାହାର କରି ଦିଅନ୍ତୁ । ଯେଉଁଠାରେ ସୁରକ୍ଷିତ ଥିବ ଯେପରିକି ଘର କିମ୍ବା କାର ଭିତରେ ।

କଟନ ମାସ୍କ ବ୍ୟବହାର କରନ୍ତୁ- ସୂତା ତଥା କଟନ ମାସ୍କ ବ୍ୟବହାର କରନ୍ତୁ । ଏହା ଚର୍ମ ପାଇଁ ଭଲ । ଏହାକୁ ବାହାର କରିବା ପରେ ଆପଣ ଏହି ମାସ୍କକୁ ଉଷୁମ ପାଣି ଏବଂ ସାବୁନରେ ମଧ୍ୟ ଧୋଇ ପାରିବେ ।

ଅଧିକ ମେକଅପ୍ ଠାରୁ ଦୂରେଇ ରୁହନ୍ତୁ- ମାସ୍କ ପିନ୍ଧିବା ପୂର୍ବରୁ ଅଧିକ ମେକଅପ୍ ଏବଂ ଫାଉଣ୍ଡେସନ୍ ପ୍ରୟୋଗରୁ ଦୂରେଇ ରୁହନ୍ତୁ। ଏହି ସମୟରେ ମେକଅପ୍‌ ନେଇ ମାସ୍କ ପିନ୍ଧିବା ଦ୍ବାରା ବ୍ରଣ ଏବଂ ଦାଗର କାରଣ ହୋଇପାରେ ।


Share It

Comments are closed.