ଚିକିତ୍ସା କରିବା ପାଇଁ ଆସିଥିବା ଯୁବକ ଡାକ୍ତରଙ୍କ ସ୍ତ୍ରୀଙ୍କୁ କଲେ ହତ୍ୟା


ଇନ୍ଦୋରରେ ଚିକିତ୍ସା କରିବା ପାଇଁ ଆସିଥିବା ଜଣେ ଯୁବକ, ନର୍ସଙ୍କୁ ଛୁରୀ ମାରି ହତ୍ୟା କରିଛନ୍ତି । ନର୍ସଙ୍କୁ ରକ୍ଷା କରିବା ପାଇଁ ଆସିଥିବା ତାଙ୍କ ପୁଅଙ୍କୁ ମଧ୍ୟ ଉକ୍ତ ସଦିଗ୍ଧ ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହା ପରେ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ମିଳିଥିବା ସୂଚନା ମୁତାବକ ଉକ୍ତ ନର୍ସ ଜଣକ ଡାକ୍ତରଙ୍କ ସ୍ତ୍ରୀ ଅଟନ୍ତି । ତାଙ୍କ ନାମ ଲତା ଅଟେ ।
ଡାକ୍ତର ରାମକୃଷ୍ଣ ବର୍ମାଙ୍କ କ୍ଲିନିକକୁ ରଫିକ ନାମକ ଜଣେ ଯୁବକ ଚିକିତ୍ସା ପାଇଁ ଆସିଥିଲେ କିନ୍ତୁ ଡାକ୍ତର ଜଣକ ଘରେ ନଥିବାର ସୂଚନା ପାଇବା ପରେ ଉକ୍ତ ବ୍ୟକ୍ତି ଜଣକ କ୍ଲିନିକରେ କାର୍ଯ୍ୟରତ ଥିବା ନର୍ସଙ୍କ (ସ୍ତ୍ରୀ) ଉପରକୁ ଛୁରୀରେ ଆକ୍ରମଣ କରିଥିଲେ ।
ମା’ଙ୍କ ଚିକ୍ରାର ଶୁଣି ପୁଅ ଘଟଣାସ୍ଥଳକୁ ଦୈଡି ଆସିବାବେଳେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ଜଣକ ପୁଅ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ନିର୍ସଙ୍କ ନାମ ଲତା । ଡାକ୍ତର ରାମକୃଷ୍ଣ ଘରେ ନଥିବାବେଳେ ତାଙ୍କ ଘରେ ସ୍ତ୍ରୀ ଲତା ଏବଂ ପୁଅ ଅଭିଷେକ ଘରେ ଉପସ୍ଥିତ ଥିଲେ । ଘଟଣାଟିକୁ ଘଟାଇବା ପରେ ଯୁବକ ଜଣକ ଫେରାର ହେବା ପାଇଁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକ ସନ୍ଦିଗ୍ଧ ବ୍ୟକ୍ତି ଜଣକୁ କାବୁ କରି ପୋଲିସ ଜିମାରେ ଦେଇଥିଲେ ।


Share It

Comments are closed.