ବିବାହ ବନ୍ଧନରେ ବାନ୍ଧି ହେବେ ହାର୍ଦିକ ପଟେଲ


ପାଟିଦାର ନେତା ହାର୍ଦିକ ପଟେଲ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ବିବାହ ୨୬-୨୭ ଜାନୁଆରୀ ‘ସୁରବିନ୍ଦ୍ର ନଗର’ରେ ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ତାଙ୍କ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିରାଡମ୍ବର ରୂପେ ପାଳନ କରାଯିବ । ଯାହାର କି ସୂଚନା ତାଙ୍କ ପିତା ‘ଭରତ ପଟେଲ’ ଏବଂ ତାଙ୍କ ନିକଟସ୍ଥ ସମ୍ପର୍କିୟ ‘ନିଖିଲ ସୱାନୀ’ ଦେଇଛନ୍ତି ।
ହାର୍ଦିକଙ୍କ ବିବାହ ‘କିଞ୍ଜଲ ପଟେଲ’ଙ୍କ ସହ ହେବାକୁ ଯାଉଛି । କିଞ୍ଜଲ, ହାର୍ଦିକଙ୍କ ଠାରୁ ୨ ବର୍ଷ ସାନ ହୋଇଥିବାବେଳେ ସେ ବର୍ତ୍ତମାନ ସୁରଟରେ ବସବାସ କରୁଛନ୍ତି । ହାର୍ଦିକ ବର୍ତ୍ତମାନ ବିରାମମାଗ ଜିଲ୍ଲାସ୍ଥିତ ଚନ୍ଦନ ନଗରୀର ଏକ ଗ୍ରାମରେ ବସବାସ କରୁଛନ୍ତି ।
ଭରତଙ୍କ କହିବା ମୁତାବକ କିଞ୍ଜଲ ପାରିଖ-ପଟେଲ ସମୁଦାୟର ଅଟନ୍ତି । କିଞ୍ଜଲ ସ୍ନାତକରେ ଡିଗ୍ରୀ ହାସଲ କରିଥିବାବେଳେ ବର୍ତ୍ତମାନ ଆଇନ ପାଠ ପଢୁଛନ୍ତି ।


Share It

Comments are closed.