ଆଞ୍ଚଳିକତା ଭିତ୍ତିରେ ଖାଦ୍ଯପଦାର୍ଥ ଅନ୍ତର୍ଭୁକ୍ତ କରିବାପାଇଁ ଆଇଆରସିଟିସିର ପ୍ରାୟାସ


ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ବେଳେ ମିଳିବ ଆଞ୍ଚଳିକ ସୁସ୍ଵାଦୁ ଖାଦ୍ୟ, ଏଥିପାଇଁ ପ୍ରାୟାସ ଆରଂଭ ହୋଇଛି ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ।ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ଵାରା ଆଞ୍ଚଳିକ ରୋଷେଇ/ପାକ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ଯ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ଯ ସାମଗ୍ରୀ ଅନ୍ତର୍ଭୁକ୍ତ କରାଯାଏ | ଯାତ୍ରୀମାନଙ୍କ ପାଇଁ ଯେପରିକି ମଧୁମେହ ଖାଦ୍ଯ, ଶିଶୁ ଖାଦ୍ଯ, ମିଲେଟ୍ ଆଧାରିତ ସ୍ଥାନୀୟ ଉତ୍ପାଦ ଇତ୍ୟାଦି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ଯ ଗୁଡିକର ବିକଳ୍ପ ଅନ୍ତର୍ଭୁକ୍ତ କରାଯାଇ ପାରିବ |

ସେହି ଅନୁଯାୟୀ, ରେଳ ମନ୍ତ୍ରାଳୟ ନିର୍ଦ୍ଧିଷ୍ଟ ସର୍ତରେ ଏହାକୁ ଅନୁମୋଦନ କରିଛି ଯାହା ଦ୍ଵାରା ଖାଦ୍ଯର ଗୁଣବତ୍ତା ଓ ସ୍ବଚ୍ଛତା ସହିତ ସ୍ଥାନୀୟ ତଥା ଋତୁକାଳୀନ ଖାଦ୍ଯ ଏବଂ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ ଖାଦ୍ଯ ଉପରେ ପ୍ରାଧ୍ୟାନ୍ୟ ଦିଆଯିବ |

ଯେଉଁ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ସହିତ କ୍ୟାଟରିଙ୍ଗ ଦେୟ ଅନ୍ତର୍ଭୁକ୍ତ କରାଯାଇଅଛି ତାହା ପୂର୍ବରୁ ସୂଚିତ ହୋଇଥିବା ଶୁଳ୍କ ମଧ୍ୟରେ ଆଇଆରସିଟିସି ଦ୍ଵାରା ଖାଦ୍ଯ ପଦାର୍ଥ ତାଲିକା ସ୍ଥିର ହେବ | ଏଥିସହ, ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରାଣ୍ଡେଡ଼ ଖାଦ୍ଯ ସାମଗ୍ରୀ ଗୁଡିକର ନିରାପଦ ମଧ୍ୟ ଏହି ପ୍ରି ପେଡ ଟ୍ରେନ ଗୁଡିକରେ ଅନୁମତି ଦିଆଯିବ | ଏହିପରି ଆ-ଲା-କାର୍ଟl ଭୋଜନର ତାଲିକା ଏବଂ ଶୁଳ୍କ ଆଇଆରସିଟିସି ଦ୍ଵାରା ସ୍ଥିର ହେବ |

ଅନ୍ୟାନ୍ୟ ମେଲ ଏକ୍ସପ୍ରେସ ଟ୍ରେନ ପାଇଁ, ମେନୁ ବଜେଟ୍ ସେଗମେଣ୍ଟ ଆଇଟମ୍ ଗୁଡିକ ଷ୍ଟାଣ୍ଡାର୍ଡ ଭୋଜନ ପରି ଆଇଆରସିଟିସି ଦ୍ଵାରା ସ୍ଥିର ହୋଇସାରିଛି | ଜନତା ଭୋଜନର ମେନୁ ଏବଂ ଶୁଳ୍କ ଅପରିବର୍ତିତ ରହିବ |

ଏହା ବ୍ଯତୀତ, ମେଲ ଏକ୍ସପ୍ରେସ ଟ୍ରେନ ରେ ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରlଣ୍ଡେଡ ଖାଦ୍ଯ ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯିବ | ଏହିପରି ଆ-ଲା-କାର୍ଟl ଭୋଜନର ମେନୁ ଏବଂ ଶୁଳ୍କ ମଧ୍ୟ ଆଇଆରସିଟିସି ଦ୍ଵାରା ସ୍ଥିର ହେବ |


Share It

Comments are closed.