ପାର୍କସର ଗ୍ରୀଷ୍ମ-ବସନ୍ତ ୨୦୧୮ କଲେକ୍ସନ


ରେମଣ୍ଡର ଘରୋଇ ବ୍ରାଣ୍ଡ ପ୍ରିମିୟମ କାଜୁଆଲ ଲାଇଫ ଷ୍ଟାଇଲ ବ୍ରାଣ୍ଡ, ପାର୍କସ ପକ୍ଷରୁ ଗ୍ରୀଷ୍ମ-ବସନ୍ତ ଋତୁର ‘ଭ୍ୟାକେସନ ଡାଉନଲୋଡ’ ଥିମ ସହିତ ନୂତନ କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ଆକର୍ଷଣୀୟ ନୂତନ କଲେକସନ ଆଧୁନିକ ରେଞ୍ଜ ସହିତ ସ୍ୱତନ୍ତ୍ର ଢାଞ୍ଚା, ପ୍ରିଣ୍ଟ ଏବଂ ଫିନିସ, ନୂତନ ଷ୍ଟାଇଲ, ଆକର୍ଷଣୀୟ ରଙ୍ଗ ସହିତ ଖରାଦିନେ ପାର୍ଟି ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଉପଯୁକ୍ତ । ଅବକାଶ ସମୟର ଷ୍ଟାଇଲ ଏବଂ ମାନସିକତାକୁ ନଜରରେ ରଖି ପାର୍କସ ପକ୍ଷରୁ ଏହି ନୂତନ ରେଞ୍ଜର ବାଇ-ଷ୍ଟ୍ରେଚ ଫ୍ୟାବ୍ରିକ୍ସର ଶୁଭାରମ୍ଭ କରାଯାଇଛି ।
ଉକ୍ତ କଲେକସନର ମୁଖ୍ୟ ଆକର୍ଷଣ ଭାବେ ୟୋଗା ଚିନୋସ ଏବଂ ଡେନିମସ୍, ଆରୋମା ଟି-ସାର୍ଟ ଏବଂ ସାର୍ଟ, ରିଭର୍ସିବଲ ସାର୍ଟ, ଇତ୍ୟାଦି ଉପଲବ୍ଧ ଯାହାକି କୁୟିର୍କି ପ୍ରିଣ୍ଟ ଠାରୁ ପ୍ରୋତ୍ସାହିତ । ଏହି କଲେକସନଗୁଡିକ ୬୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହା ଅନଲାଇନ ଇ-କର୍ମସ ସାଇଟ ସହିତ ସମସ୍ତ ପାର୍କସ ଷ୍ଟୋର, ରେମଣ୍ଡ ଷ୍ଟୋର ଏବଂ ଅଗ୍ରଣୀ ଫ୍ୟାସନ ଆଉଟଲେଟରେ ଉପଲବ୍ଧ ।

ଏହି ପରିପ୍ରେକ୍ଷୀରେ ପାର୍କସ ପକ୍ଷରୁ ଏହାର ବ୍ରାଣ୍ଡ ମୁଖ୍ୟ, ପ୍ରଗତି ଶ୍ରୀବାସ୍ତବ କହିଛନ୍ତି ଯେ, “ପାର୍କସର ଏହି ନୂତନ ଗ୍ରୀଷ୍ମ – ବସନ୍ତ ୨୦୧୮ କଲେକସନ ନବୀକରଣ ଏବଂ ନୂତନ ପିଢିର ଫ୍ୟାସନ ପାଇଁ ଉପଯୁକ୍ତ ଯାହା ନୂତନ ଷ୍ଟାଇଲ ଏବଂ ଫ୍ୟାବ୍ରିକର ଏକ ମିଶ୍ରଣ । ଆମ୍ଭେମାନେ ଆମର ଗ୍ରାହକମାନଙ୍କୁ ଏହି ମାର୍ଜିତ ଫ୍ୟାସନ ସହିତ ଗ୍ରୀଷ୍ମ-ବସନ୍ତ କଲେକସନ ପ୍ରଦାନ କରୁଥିବାରୁ ଖୁବ ଉତ୍ସାହିତ ଯାହା ଭ୍ୟାକେସନ ଡାଉନଲୋଡରୁ ପ୍ରଭାବିତ । ଏହା ଖୁବ ଶୀଘ୍ର କଟକ ଏବଂ ଦେଶର ବିଭିନ୍ନ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ।”

ରିପୋର୍ଟେଡ – ସ୍ୱର୍ଣ୍ଣପ୍ରଭା ମଙ୍ଗରାଜ


Share It

Comments are closed.