ପାଡେଲପାର୍କ ଇଣ୍ଡିଆକୁ ଜେଏସ୍‌‌ଡବ୍ଲୁ ସ୍ପୋର୍ଟସ ଆଣ୍ଡ ଆଇଆଇଏସର ପ୍ରତିଷ୍ଠାତା ପାର୍ଥ ଜିନ୍ଦଲଙ୍କ ପାଣ୍ଠି ପ୍ରଦାନ


ଭୁବନେଶ୍ୱର: ଭାରତରେ ପାଡେଲ କ୍ରୀଡ଼ା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପାଡେଲପାର୍କ ଇଣ୍ଡିଆକୁ ଜେଏସଡବ୍ଲୁ ସ୍ପୋର୍ଟସ ତଥା ଇନସ୍ପାୟାର ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ (ଆଇଆଇଏସ)ର ପ୍ରତିଷ୍ଠାତା ଶ୍ରୀ ପାର୍ଥ ଜିନ୍ଦଲ ପାଣ୍ଠି ପ୍ରଦାନ କରିଛନ୍ତି।
ପାଡେଲ କ୍ରୀଡ଼ା ମେକ୍ସିକୋରୁ ସୃ‌ଷ୍ଟି ହୋଇଥିଲା। ଗତ କିଛି ବର୍ଷ ଭିତରେ ଏହା ୟୁରୋପରେ ବିଶେଷ ଭାବେ ଗ୍ରହଣୀୟ ହୋଇଥିବା ବେଳେ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି। ୨୦୧୬ରେ ଏହି କ୍ରୀଡ଼ାର ମାତ୍ର ୧୦,୦୦୦ କୋର୍ଟ ଥିଲା ଯାହା ୨୦୨୪ ସୁଦ୍ଧା ୫୦,୦୦୦କୁ ବୃଦ୍ଧି ପାଇଛି ଏବଂ ୨୦୨୬ ସୁଦ୍ଧା ୬୦,୦୦୦ରେ ପହଂଚିବ ବୋଲି ଆକଳନ କରାଯାଇଛି। ଗତବର୍ଷ ସାରା ବିଶ୍ୱରେ ଏହାର ୨୫୦୦ କୋର୍ଟ ଖୋଲିଛି।
ବିଶ୍ୱ ପାଡେଲ ଶିଳ୍ପର ଆକାର ୨.୨ ବିଲିୟନ ଡଲାର ଆକଳନ କରାଯାଇଛି। ୧୧୦ଟି ଦେଶର ୨୫ ନିୟୁତରୁ ଅଧିକ କ୍ରୀଡ଼ାବିତ ଏଥିରେ ସକ୍ରିୟ ରହିଛନ୍ତି। ବାର୍ଷିକ ୨୨ ପ୍ରତିଶତ ହାରରେ ବଢ଼ୁଥିବା ଏହି ଶିଳ୍ପ ୨୦୨୬ ସୁଦ୍ଧା ୬.୬ ବିଲିୟନ ଡଲାରରେ ପହଂଚିବା ଆକଳନ କରାଯାଇଛି। ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଚାରପ୍ରସାର ଓ ଅଧିକ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ଏହି ଖେଳର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଭାରତର ଜନସଂଖ୍ୟାର ୨୩ ପ୍ରତିଶତ ଏହି ଖେଳରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି ଏବଂ ସେଭଳି ଉତ୍ସାହୀଙ୍କ ସଂଖ୍ୟା ୨୩୨ ନିୟୁତରେ ପହଂଚିବାର ସମ୍ଭାବନା ରହିଛି।
ଜେଏସ୍ ଡବ୍ଲ୍ୟୁ ସ୍ପୋର୍ଟସ୍ ଆଣ୍ଡ ଆଇଆଇଏସର ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ କହିଛନ୍ତି ଯେ, ‘ପାଡେଲପାର୍କ ଦେଶରେ ପାଡେଲ କ୍ରୀଡ଼ା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠାଠାରୁ ଆରମ୍ଭ କରି ପ୍ରଶିକ୍ଷକ ଓ ଛାତ୍ରଛାତ୍ରୀ ଶିକ୍ଷା କାର୍ଯ୍ୟକ୍ରମ ସୃଷ୍ଟି, ଏକ ଦୃଢ଼ ଟୁର୍ଣ୍ଣାମେଂଟର ଢାଞ୍ଚା ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ଏକ ବ୍ୟବସ୍ଥା ନିର୍ମାଣ କରୁଛି। ଉଦ୍ଭାବନ ଏବଂ ଗୋଷ୍ଠୀ ନିର୍ମାଣ ମାଧ୍ୟମରେ ଉପଲବ୍ଧତା ବିସ୍ତାର କରିବାକୁ ପ୍ରତିଷ୍ଠାତାଙ୍କ ଦୃଷ୍ଟିକୋଣ ଭାରତକୁ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବାର ଆମର ନିଜସ୍ୱ ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି । ପାଡେଲ ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ଯାହା ଭବିଷ୍ୟତରେ ଏକ ଅଲିମ୍ପିକ୍ ଖେଳରେ ପରିଣତ ହେବ। ଏଥିରେ ମୋର କୌଣସି ସନ୍ଦେହ ନାହିଁ। ଭାରତରେ ଏହି ଖେଳର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ମୁଁ ପାଡେଲପାର୍କ ଦଳ ସହିତ କାମ କରିବାକୁ ଉତ୍ସାହିତ।’’
ପାଡେଲପାର୍କର ସହ-ପ୍ରତିଷ୍ଠାତା ରୋନକ ଡାଫଟାରି କହିଛନ୍ତି ଯେ, ‘ପାର୍ଥ ଏବଂ ତାଙ୍କ ଟିମ୍ ଆମ ସହିତ ସାମିଲ ହୋଇଥିବାରୁ ଆମେ ଉତ୍ସାହିତ ଏବଂ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଉତ୍ପାଦକ ଏବଂ ବିତରକରେ ପରିଣତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ସହ ଆମ ଲକ୍ଷ୍ୟ ମେଳ ଖାଉଛି। ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ପାର୍ଥ ଭାରତରେ ଖେଳକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି।’’
ପାଡେଲପାର୍କର ସହ ପ୍ରତିଷ୍ଠାତା ରୋନାର୍କ ଡାଫଟାରି, ଜିଗର ଦୋ‌ଷୀ, ନିଖିଲ ସଚ୍ଚଦେବ ଓ ପ୍ରତୀକ ଦୋଷୀଙ୍କ କ୍ରୀଡ଼ା ଭିତିଭୂମି ପରିଚାଳନାରେ ବିପୁଳ ଅଭିଜ୍ଞତା ରହିଛି। ପାଡେଲପାର୍କ ଇଣ୍ଡିଆ ମୁମ୍ବାଇରେ ୧୧ଟି ପାଡେଲ୍ କୋର୍ଟର ପରିଚାଳନା କରୁଛି। ଆସନ୍ତା ତିନି ମାସରେ ଏହା ୪୦ ପାଡେଲ ପାର୍କ ପ୍ରଦାନ କରିବ।


Share It

Comments are closed.