ସ୍ଥାୟୀ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହେଲା ସଂସଦ ଭବନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଂସଦ ଭବନ ପରିସରରେ ଉଜ୍ଜଳ ଆଲୋକ ସଜ୍ଜାକୁ ଉଦଘାଟନ କରାଯାଇଛି । ୮୭୫ଟି ଉଜ୍ଜ୍ୱଳ ଏଲ୍‍ଇଡି ଲାଇଟ୍‍ ସଂସଦ ଭବନ ପରିସରରେ ସ୍ଥାପନ କରାଯାଇଛି। ଏହା ସାଧାରଣ ଏଲ୍‍ଇଡି ଅପେକ୍ଷା ୫ ଭାଗ କମ୍‍ ବିଦ୍ୟୁତ୍‍ ଶକ୍ତି ବ୍ୟବହାର କରିବ। ଏହି ଆଲୋକ ବ୍ୟବସ୍ଥାକୁ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରିତ କରାଯାଇଛି, ଯାହାକି ୧୬ ମିଲିୟନ୍‍ ରଙ୍ଗରେ ସମନ୍ୱିତ ହୋଇ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରିବ। ଏହି ବହୁମୁଖୀ ରଙ୍ଗ ବିଶିଷ୍ଟ ଆଲୋକ ବ୍ୟବସ୍ଥା ସଂସଦ ଭବନକୁ ଏକ ଭିନ୍ନ ଓ ଅନନ୍ୟ ରଙ୍ଗ ପ୍ରଦାନ କରିବ। ପୂର୍ବରୁ ଏଭଳି ଆଲୋକ ବ୍ୟବସ୍ଥା ନର୍ଥ ଓ ସାଉଥ୍‍ ବ୍ଲକରେ କରାଯାଇଥିଲା। ବର୍ଷସାରା ଏହି ଆଲୋକ ବ୍ୟବସ୍ଥା ସଂସଦ ଭବନକୁ ଅତି ସୁନ୍ଦର ଭାବେ ଉଦ୍‍ଭାସିତ କରିବ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଏବଂ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Share It

Comments are closed.